କାଳବୈଶାଖୀ ବର୍ଷା ନେଇ ରାଜ୍ୟର ୧୧ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ଗୁରୁବାର ରାଜ୍ୟର ୧୧ଟି ଜିଲ୍ଲାରେ ୫୦-୬୦ କିଲୋମିଟର ବେଗରେ ପବନ ବହିବା ସହିତ ଝଡ଼ବର୍ଷା ଓ ବଜ୍ରପାତ ହେବା ନେଇ ସତର୍କତା ଜାରି କରିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ଅନୁଗୁଳ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସନ୍ଧ୍ୟାରେ କାଳବୈଶାଖୀ ହେବାର ଆଶଙ୍କାରହିଛି।

ଜାତୀୟ ପାଣିପାଗ ବିଭାଗ ଏହି ଜିଲ୍ଲାଗୁଡ଼ିକ ପାଇଁ ପରାମର୍ଶ ମଧ୍ୟ ଜାରି କରିଛି। ସନ୍ଧ୍ୟାରେ ବଜ୍ରପାତ ହେବା ନେଇ ଆଶଙ୍କା ରହିଛି। ତେଣୁ ବିଲ, ଜମି ଏବଂ ବାହାରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯାଇ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ବଜ୍ରପାତରୁ ରକ୍ଷା ପାଇବା ପାଇଁ ବଜ୍ରପାତ କାର୍ଯ୍ୟକଳାପ ସମୟରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି।

କେନ୍ଦ୍ରାପଡା, ଜଗତସିଂପୁର, ସୁନ୍ଦରଗଡ଼ ଏବଂ କଳାହାଣ୍ଡିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୫୦-୬୦ କିଲୋମିଟର ବେଗରେ ପବନ ବହିବା ସହିତ ଝଡ଼ବର୍ଷା/ବଜ୍ରପାତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ନୂଆପଡା, କନ୍ଧମାଳ, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, କଟକ, ଯାଜପୁର ଏବଂ ବରଗଡ଼ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସନ୍ଧ୍ୟାରେ ୪୦-୫୦ କିଲୋମିଟର ବେଗରେ ପବନ ବହିବା ସହିତ ଘଡ଼ଘଡ଼ି/ବଜ୍ରପାତ ହୋଇପାରେ।

Screenshot

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଏବଂ କେନ୍ଦୁଝରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗରମ ଏବଂ ଗୁଳୁଗୁଳି ହେବା ନେଇ ସତର୍କ କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ଦିନର ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ।

Leave A Reply

Your email address will not be published.