ଭାରତ-ପାକିସ୍ତାନ ସୀମାରେ ରିଟ୍ରିଟ୍ ସେରିମୋନି ଆରମ୍ଭ, ଜୟ ହିନ୍ଦ୍ ନାରାରେ କମ୍ପିଲା ପରିବେଶ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ପକ୍ଷରୁ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଯୋଗୁଁ ଅମୃତସରର ଅଟାରୀ-ୱାଘା ସୀମାରେ ରିଟ୍ରିଟ୍ ସେରିମୋନିକୁ ବନ୍ଦ କରିଦିଆଯାଇଥିଲା।

ତେବେ ପରିସ୍ଥିତି ସାମାନ୍ୟ ସ୍ୱାଭାବିକ ହେବା ପରେ ମଙ୍ଗଳବାର ଦିନ ଅଟାରୀ ବର୍ଡରରେ ପୁନର୍ବାର ରିଟ୍ରିଟ୍ ସେରିମୋନି ଆରମ୍ଭ ହୋଇଛି। ପ୍ରଥମ ଦିନରେ ରିଟ୍ରିଟ୍ ଦେଖିବାକୁ ପ୍ରାୟ ୧୦୦୦ରୁ ୧୫୦୦ ପର୍ଯ୍ୟଟକ ଆସିଥିବା ଜଣାପଡ଼ିଛି ।

ବନ୍ଦେ ମାତରମ୍ ଏବଂ ଭାରତ ମାତା କି ଜୟ ନାରାରେ କମ୍ପିଥିଲା ପୂରା ପରିବେଶ। ଅଟାରୀ ସୀମାରେ ପହଞ୍ଚିଥିବା ପର୍ଯ୍ୟଟକମାନେ ଏତେ ଜୋରରେ ସ୍ଲୋଗାନ ଦେଇଥିଲେ ଯେ ଭାରତୀୟଙ୍କ ଉତ୍ସାହ ଦେଖି ପାକିସ୍ତାନୀ ରେଞ୍ଜର୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯଦିଓ ଏହି ସମୟରେ ବିଏସଏଫ ପକ୍ଷରୁ ଫାଟକଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିଲା। ଅପରେସନ ସିନ୍ଦୂର ପରେ ମେ ୭ରୁ ରିଟ୍ରିଟ୍ ସେରିମୋନି ବନ୍ଦ କରିଦିଆଯାଇଥିଲା।

ଅପରପକ୍ଷରେ ରିଟ୍ରିଟ୍ ସେରିମୋନି ସମୟରେ ଭାରତୀୟମାନେ ପୂର୍ଣ୍ଣ ଉତ୍ସାହିତ୍ ଥିବା ବେଳେ ପାକିସ୍ତାନର ଗ୍ୟାଲେରୀ ସମ୍ପୂର୍ଣ୍ଣ ଖାଲିଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.