ଭାରତରେ କ୍ୟାମ୍ପସ ସ୍ଥାପନ କରିବ ୟୁକେର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲିଭରପୁଲ୍ ବିଶ୍ୱବିଦ୍ୟାଳୟ – ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟକୁ ଏଲଓଆଇ ହସ୍ତାନ୍ତର

*ଭାରତରେ କ୍ୟାମ୍ପସ ସ୍ଥାପନ କରିବ ୟୁକେର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲିଭରପୁଲ୍ ବିଶ୍ୱବିଦ୍ୟାଳୟ – ଧର୍ମେନ୍ଦ୍ର ପ୍ରଧା*

• ଭାରତରେ କ୍ୟାମ୍ପସ୍ ସ୍ଥାପନ କରୁଥିବା ଦ୍ୱିତୀୟ ୟୁକେ ବିଶ୍ୱବିଦ୍ୟାଳୟ ହେଲା ଲିଭରପୁଲ୍ ବିଶ୍ୱବିଦ୍ୟାଳୟ
• ଷ୍ଟେମ୍ ଶିକ୍ଷାରେ କ୍ୟାମ୍ପସ ଖୋଲିବା ପାଇଁ ୧୫ଟି ବିଦେଶୀ ବିଶ୍ୱବିଦ୍ୟାଳୟ ଭାରତ ଆସୁଛନ୍ତି
• ବିଶ୍ୱସ୍ତରୀୟ ଉଚ୍ଚ ଶିକ୍ଷାରେ ଭାରତ ବିଶ୍ୱସ୍ତ ଅଂଶୀଦାର ଭାବରେ ଉଭା ହୋଇଛି

ନୂଆଦିଲ୍ଲୀ, ମଇ ୨୬ – ଭାରତରେ ନିଜର ଏକ କ୍ୟାମ୍ପସ ସ୍ଥାପନ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀ ଠାରେ ୟୁକେର ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରୁ ଅନ୍ୟତମ ଲିଭରପୁଲ ବିଶ୍ୱବିଦ୍ୟାଳୟକୁ ଲେଟର ଅଫ୍ ଇଣ୍ଟେଣ୍ଟ (LoI) ପତ୍ର ହସ୍ତାନ୍ତର କରିଛନ୍ତି । ୟୁଜିସି (ଭାରତରେ ବିଦେଶୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନର କ୍ୟାମ୍ପସ ସ୍ଥାପନ ଏବଂ ପରିଚାଳନା) ନିୟମାବଳୀ, ୨୦୨୩ ଅନୁଯାୟୀ ଅଧୀନରେ ଦ୍ୱିତୀୟ ବିଦେଶୀ ବିଶ୍ୱବିଦ୍ୟାଳୟ ଭାବରେ ଏହାକୁ ଏଲଓଆଇ ଜାରି କରାଯାଯାଇଛି ।

ଏହାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସ୍ୱାଗତ କରିବା ସହ କହିଛନ୍ତି ଯେ ବିଶ୍ୱସ୍ତରୀୟ ଉଚ୍ଚ ଶିକ୍ଷାରେ ଭାରତ ବିଶ୍ୱସ୍ତ ଅଂଶୀଦାର ଭାବରେ ଉଭା ହୋଇଛି । ଆଜିର ଏଲଓଆଇ ତାହାର ଏକ ପ୍ରତିଫଳନ । ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଭାରତର ଶୈକ୍ଷିକ ସହଯୋଗକୁ ଆଗେଇ ନେବା ଦିଗରେ ଏହା ଆଉ ଏକ ମାଇଲଖୁଣ୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥାକୁ ଦୋହରାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହି ମହତ୍ତ୍ୱାକାଂକ୍ଷାକୁ ସାକାର କରିବା ଦିଗରେ ଜାତୀୟ ଶିକ୍ଷା ନୀତି ଏକ ଚାବିକାଠି ଭାବରେ ଅବତୀର୍ଣ୍ଣ ହୋଇଛି । ମୂଳ, ଭବିଷ୍ୟତବାଦୀ ଏବଂ ବିଶ୍ୱସ୍ତରୀୟ ଶିକ୍ଷାକୁ ପ୍ରୋତ୍ସାହନ ଦେଉଥିବା ଜାତୀୟ ଶିକ୍ଷା ନୀତିର ପ୍ରମୁଖ ପରାମର୍ଶ ହେଇଛି ବୈଶ୍ୱକ ନାଗରିକ ସୃଷ୍ଟି କରିବା ।

କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ଗବେଷଣା, ବିକାଶ ଏବଂ ନବସୃଜନ ଭଳି କ୍ଷେତ୍ର ଉପରେ ଧ୍ୟାନ ଦେବାକୁ ଆହ୍ୱାନ କରିଥିଲେ । ଲିଭରପୁଲ ବିଶ୍ୱବିଦ୍ୟାଳୟ ନବସୃଜନ ସହ ଷ୍ଟେମ ସମ୍ବନ୍ଧୀୟ ଗବେଷଣା ଉପରେ ଧ୍ୟାନ ଦେବା ଉପରେ ପ୍ରାଥମିକତା ଦେଉଥିବାରୁ ଖୁସିପ୍ରକାଶ କରିଥିଲେ । ସେ କହିଥିଲେ ବିଶ୍ୱ ନାଗରିକରୁ ନୂଆପିଢି ତିଆରି କରିବା ଗୁରୁତ୍ୱପୂର୍ଣ୍ଣ । ଭାରତରେ ‘ଇନୋଭେସନ ସେଣ୍ଟର’ ବିଶ୍ୱବିଦ୍ୟାଳୟ ଏବଂ ସମାଜ ଉଭୟ ପାଇଁ ପାରସ୍ପରିକ ଭାବରେ ଲାଭଦାୟକ ହେବ ।

ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ଲିଭରପୁଲ ବିଶ୍ୱବିଦ୍ୟାଳୟ ହେଉଛି ଭାରତରେ ନିଜର ଉପସ୍ଥିତି ଘୋଷଣା କରିବାରେ ଚତୁର୍ଥ ବିଦେଶୀ ବିଶ୍ୱବିଦ୍ୟାଳୟ । ଚଳିତ ଶିକ୍ଷା ବର୍ଷ ସୁଦ୍ଧା ବିଶେଷକରି ଷ୍ଟେମ୍ବ(ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ, ମେଡିସିନ୍ ଏବଂ ବିଜନେସ) ଶିକ୍ଷାରେ ୧୫ଟି ବିଦେଶୀ ବିଶ୍ୱବିଦ୍ୟାଳୟ ଭାରତକୁ ଆସିବେ । ବେଙ୍ଗାଲୁରୁରେ ଲିଭରପୁଲ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଏକ ବିଶ୍ୱସ୍ତରୀୟ କ୍ୟାମ୍ପସ ହେବ, ଯାହା ଗବେଷଣା ଏବଂ ନବସୃଜନର ସୀମାକୁ ଆଗକୁ ବଢ଼ାଇବ ଏବଂ ବିଶ୍ୱ କଲ୍ୟାଣ ଏବଂ ସମୃଦ୍ଧିରେ ଯୋଗଦାନ ଦେବା ପାଇଁ ବୈଜ୍ଞାନିକ ମନୋଭାବକୁ ପ୍ରୋତ୍ସାହିତ କରିବ । ଏହା ଦ୍ୱାରା ଭାରତରେ ଗୁଣବତ୍ତାପୂର୍ଣ୍ଣ ଶିକ୍ଷାର ଲକ୍ଷ୍ୟକୁ ପ୍ରାପ୍ତ କରିବାରେ ସହାୟକ ହେବ । ସ୍ଥାୟୀତ୍ୱ, ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଏବଂ ସମୃଦ୍ଧି ଆଜି ବିଶ୍ୱର ସାଧାରଣ ଏଜେଣ୍ଡା ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟଗୁଡ଼ିକ ଆକର୍ଷଣୀୟ ସ୍ଥାନରେ ପରିଣତ ହୋଇଛି । ‘ବସୁଧୈବ କୁଟୁମ୍ବକମ୍’ ନୀତି ସହିତ ଭାରତ ବିଶ୍ୱସ୍ତରୀୟ ଏଜେଣ୍ଡାକୁ ଆଗେଇ ନେବା ଏବଂ ବିଶ୍ୱ ଦାୟିତ୍ୱ ପୂରଣ କରିବା ପାଇଁ ଉପଯୁକ୍ତ ସ୍ଥାନ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ଏହି ସମାରୋହ ଅବସରରେ ରୟାଲ୍ କଲେଜ୍ ଅଫ୍ ଅବେଷ୍ଟ୍ରରିସିଆନ୍ସ ଆଣ୍ଜ ଗାଇନାକୋଲୋଜିଷ୍ଟସ୍ (ଆରସିଓଜି), ଆଷ୍ଟ୍ରାଜେନେକା ଫାର୍ମା ଇଣ୍ଡିଆ ଲିମିଟେଡ୍, ୟୁ ଉଇ କ୍ୟାନ୍ ଏବଂ ଡ୍ରିମ୍ ଇଲେଭେନ ସମେତ କମ୍ପାନୀ ଏବଂ ସଂଗଠନ ସହିତ ଭବିଷ୍ୟତର ସହଯୋଗୀ ସୁଯୋଗ ଅନୁସନ୍ଧାନ କରିବା ପାଇଁ ତିନୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

Leave A Reply

Your email address will not be published.