ପରେଶଙ୍କୁ ମୂର୍ଖ କହିବାରୁ ସାମ୍ବାଦିକଙ୍କ ଉପରେ ବର୍ଷିଲେ ଅକ୍ଷୟ…

ମୁମ୍ବାଇ: ‘ହେରା ଫେରି ୩’ରୁ ପରେଶ ରାୱଲଙ୍କ ବିଦାୟକୁ ନେଇ ଶେଷରେ ଅକ୍ଷୟ କୁମାର ନୀରବତା ଭାଙ୍ଗିଛନ୍ତି। ମଙ୍ଗଳବାର ଦିନ ତାଙ୍କ ଆଗାମୀ ଫିଲ୍ମ ହାଉସଫୁଲ ୫ର ଟ୍ରେଲର ଲଞ୍ଚରେ ଅକ୍ଷୟ କୁମାରଙ୍କୁ ପରେଶ ରାୱଲଙ୍କ ସମ୍ପର୍କରେ ପଚରାଯାଇଥିଲା। ଯାହା ପରେ ଅକ୍ଷୟ ନିଜର ପ୍ରତିକ୍ରିୟା ରଖିଥିଲେ।

ସାମ୍ବାଦିକ ଅକ୍ଷୟଙ୍କୁ ପଚାରିଥିଲେ ଯେ ପରେଶ ରାୱଲ ‘ହେରା ଫେରି ୩’ ଛାଡିବା ପରେ ନେଟିଜେନମାନେ ତାଙ୍କର ନିଷ୍ପତ୍ତିକୁ ମୂର୍ଖତା ବୋଲି କହୁଛନ୍ତି। ଏହାର ଉତ୍ତର ଦେଇ ଅକ୍ଷୟ କହିଥିଲେ, ‘ମୁଁ ଚାହିଁବି ନାହିଁ ଯେ କେହି ମୋ ସହକର୍ମୀଙ୍କ ପାଇଁ ‘ମୂର୍ଖ’ ଭଳି ଶବ୍ଦ ବ୍ୟବହାର କରନ୍ତୁ।’ ଏହା ଠିକ୍ ନୁହେଁ। ମୁଁ ତାଙ୍କ ସହିତ ଗତ ୩୨ ବର୍ଷ ଧରି କାମ କରିଆସୁଛି। ଆମେ ବହୁତ ଭଲ ବନ୍ଧୁ, ସେ ଜଣେ ଭଲ ଅଭିନେତା। ମୁଁ ଭାବୁନାହିଁ ଯେ ଏହା ଠିକ୍ ସ୍ଥାନ ଯେଉଁଠାରେ ମୁଁ ସେ ବିଷୟରେ କହିବି। ଏହା ଏକ ଗମ୍ଭୀର ବିଷୟ। ଏହି ମାମଲାକୁ କୋର୍ଟ ବିଚାର କରିବେ।

ଉଲ୍ଲେଖଯୋଗ୍ୟ, ନିକଟରେ ପରେଶ ରାୱଲ ‘ହେରା ଫେରି ୩’କୁ ଛାଡି ଦେଇଥିବା ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ଯାହା ପରେ ଫିଲ୍ମର ପ୍ରଯୋଜକ ଅର୍ଥାତ୍ ଅଭିନେତା ଅକ୍ଷୟ କୁମାର ପରେଶ ରାୱଲଙ୍କଠାରୁ ୨୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରି ଆଇନଗତ ନୋଟିସ ପଠାଇଥିଲେ।

ତେବେ ହେରା ଫେରି ସିରିଜର ପ୍ରଥମ ଫିଲ୍ମ ୨୦୦୨ ମସିହାରେ ଏବଂ ଦ୍ୱିତୀୟଟି ୨୦୦୬ ମସିହାରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମର ପ୍ରତ୍ୟେକ ଚରିତ୍ର, ସେ ରାଜୁ ହୁଅନ୍ତୁ କିମ୍ବା ବାବୁରାଓ ଗଣପତରାଓ ଆପ୍ଟେ, ଏବେ ବି ଲୋକଙ୍କ ମନରେ ରହିଛନ୍ତି । ସବୁଠାରୁ ଖାସ କଥା ହେଉଛି ଇଣ୍ଟରନେଟ୍ ଜଗତର ଅଧିକାଂଶ ମିମ୍ ଏହି ଫିଲ୍ମର ଚରିତ୍ରମାନଙ୍କ ଉପରେ ତିଆରି ହୋଇଛି ।

Leave A Reply

Your email address will not be published.