୨୧ ହାଇକୋର୍ଟ ବିଚାରପତିଙ୍କ ବଦଳି ସୁପାରିସ୍‌, ଓଡ଼ିଶା ହାଇକୋର୍ଟକୁ ଆସିବେ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ୍‌

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୨୧ ହାଇକୋର୍ଟ ବିଚାରପତିଙ୍କ ବଦଳି ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସୁପାରିସ କରିଛନ୍ତି। ସୋମବାର ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। କଲେଜିୟମର ଏହି ବୈଠକ ଭାରତର ମୁଖ୍ୟ ବିଚାରପତି ବି.ଆର. ଗବାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇବା ପରେ ଏହି ସ୍ଥାନାନ୍ତରଗୁଡ଼ିକ କାର୍ଯ୍ୟକାରୀ ହେବ। ପ୍ରକାଶିତ ତାଲିକାରେ ଆହ୍ଲାବାଦ ହାଇକୋର୍ଟର ଚାରି ଜଣ ବିଚାରପତିଙ୍କୁ ବଦଳି କରାଯାଇଛି। ସେହିପରି ଗୌହ୍ବାଟୀ ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟ ଆସିବେ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ୍‌। ମେ ୨୬ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

ଆହ୍ଲାବାଦ ହାଇକୋର୍ଟର ଚାରି ଜଣ ବିଚାରପତିଙ୍କୁ ବଦଳି କରାଯାଇଛି। ସରକାରଙ୍କ ଅନୁମୋଦନ ପରେ, ସେମାନଙ୍କୁ ଏବେ ଚଣ୍ଡିଗଡ଼, ଦିଲ୍ଲୀ ଏବଂ କର୍ଣ୍ଣାଟକ ପଠାଯିବ। ଆହ୍ଲାବାଦ ହାଇକୋର୍ଟ ବିଚାରପତି ବିବେକ ଚୌଧୁରୀ ଏବଂ ଓମ ପ୍ରକାଶ ଶୁକ୍ଳାଙ୍କୁ ଦିଲ୍ଲୀ ହାଇକୋର୍ଟକୁ ବଦଳି କରାଯାଇଛି। ଯେତେବେଳେ କି ଅଶ୍ୱିନୀ କୁମାର ମିଶ୍ରଙ୍କୁ ଚଣ୍ଡିଗଡ଼ର ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟକୁ ପଠାଯାଇଛି। ଏହା ବ୍ୟତୀତ ଜୟନ୍ତ ବାନାର୍ଜୀଙ୍କୁ କର୍ଣ୍ଣାଟକ ହାଇକୋର୍ଟକୁ ପଠାଯାଇଛି।

Leave A Reply

Your email address will not be published.