ସାଂସଦଙ୍କ ପ୍ରେମରେ ରିଙ୍କୁ ସିଂହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବଂ ଜୌନପୁରର ମଛଲିଶହରର ସାଂସଦ ପ୍ରିୟା ସରୋଜଙ୍କ ରିଲେସନସିପ ଚୂଡ଼ାନ୍ତ ହୋଇଛି। ଆଇପିଏଲ୍ ଶେଷ ହେବା ପରେ ଉଭୟ ଜୁନ୍ ୮ ତାରିଖରେ ନିର୍ବନ୍ଧ କରିବେ।

ରିଙ୍କୁ-ପ୍ରିୟାଙ୍କ ନିର୍ବନ୍ଧ ଜୁନ୍ ୮ ତାରିଖରେ ଲକ୍ଷ୍ନୌର ଏକ ପଞ୍ଚତାରକା ହୋଟେଲରେ ହେବାକୁ ଯାଉଛି। ଦୁହିଁଙ୍କ ବିବାହ ନଭେମ୍ବର ୧୮ ତାରିଖରେ ବାରାଣସୀର ତାଜ୍ ହୋଟେଲରେ ହେବ।

ତେବେ ରିଙ୍କୁ ଏବଂ ପ୍ରିୟାଙ୍କ ପ୍ରେମ କାହାଣୀ ବି ରୋଚକଭରା।୨ବର୍ଷ ପୂର୍ବେ ଯେତେବେଳେ ଆଇପିଏଲ୍ ୨୦୨୩ରେ ରିଙ୍କୁ ଶେଷ ଓଭରରେ KKRକୁ ବିଜୟୀ କରାଇ ଲଗାତାର ୫ଟି ଛକା ମାରିଥିଲେ। ଏହା ପରେ KKR ର ବରିଷ୍ଠ କ୍ରିକେଟରଙ୍କ ସହ ରିଙ୍କୁଙ୍କ ବନ୍ଧୁତା ଗଭୀର ହୋଇଥିଲା ଏବଂ ଏକ ବିବାହ ଉତ୍ସବରେ ପ୍ରଥମ ଥର ପାଇଁ ପ୍ରିୟାଙ୍କ ସହ ସାକ୍ଷାତ ହୋଇଥିଲା। ଧୀରେ ଧୀରେ ବନ୍ଧୁତା ସୃଷ୍ଟି ହୋଇଥିଲା ଏବଂ ପରେ ପ୍ରେମ।

ଉଭୟ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଉଭୟଙ୍କ ବିବାହ ତାରିଖ ମଧ୍ୟ ପ୍ରକାଶ ପାଇଛି।

Leave A Reply

Your email address will not be published.