ବର୍ଷା ଓ ବଜ୍ରପାତ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭୁବନେଶ୍ୱର ସମେତ ଓଡ଼ିଶାର ୧୦ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି।

ମାଲକାନଗିରି, ଖୋର୍ଦ୍ଧା (ଭୁବନେଶ୍ୱର ସମେତ), ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ମାଲକାନଗିରି, ରାୟଗଡ଼ା, ସୁନ୍ଦରଗଡ଼ ଏବଂ ନୟାଗଡ଼ର କିଛି ଅଂଶରେ ମଧ୍ୟମ ଧରଣର ଝଡ଼ବର୍ଷା ସହିତ ବଜ୍ରପାତ ହୋଇପାରେ।

ତେବେ ଅପରାହ୍ନ ୪ଟାରୁ ରାଜ୍ୟ ରାଜଧାନୀରେ ପ୍ରବଳ ବର୍ଷା ସହ ବଜ୍ରପାତ ଆରମ୍ଭ ହୋଇସାରିଛି। ପାଣିପାଗ ସଂସ୍ଥା ଢିଲା/ଅସୁରକ୍ଷିତ ଗଠନ ଏବଂ ଛିଡ଼ା ହୋଇଥିବା ଫସଲର କ୍ଷତି ନେଇ ସତର୍କ କରିଛି। ସେହିପରି ଲୋକମାନଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ତଦନୁସାରେ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.