ବନ୍ୟା ବାତ୍ୟାର ମୁକାବିଲା ପ୍ରସ୍ତୁତି ଆରମ୍ଭ କିରିବାକୁ ରାଜସ୍ୱ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତ ବର୍ଷ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ। ପ୍ରତି ବର୍ଷ ମେ’ ମାସରେ ସାରା ଭାରତରେ ସ୍ବାଭାବିକ ଭାବରେ ପାରଦ ସ୍ତର ବୃଦ୍ଧି ସହିତ ଗ୍ରୀଷ୍ଣ ଲହରି ମଧ୍ୟ ପରିଲକ୍ଷିତ ହୋଇଥାଏ। କିନ୍ତୁ ଚଳିତ ବର୍ଷ ମେ’ ମାସ ଆଶ୍ଚର୍ଯ୍ୟଜନକ ଭାବରେ ବିପରୀତ ଅନୁଭବ ଆଣିଥିଲା। ଏହାକୁ ଦୃଷ୍ଟିରେ ରଖି ବନ୍ୟା ବାତ୍ୟାର ମୁକାବିଲା ପ୍ରସ୍ତୁତି ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତ ଥର ମୌସୁମୀ (ଜୁନରୁ ସେପ୍ଟେମ୍ବର) ସମୟରେ ମଧ୍ୟରେ ସମଗ୍ର ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ସେହିପରି ଓଡ଼ିଶାରେ ମଧ୍ୟ ସ୍ବାଭାବିକ ଠାରୁ ଅଧିକ ବର୍ଷା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ଜୁନ ମାସରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏବେଠୁ ସଜାଗ ରହିବାକୁ ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।

ଆଷାଢ଼ ମାସ ନ ହେଉଣୁ ବର୍ଷାରେ ରାଜଧାନୀ ବେହାଲ ହେଉଛି। ଏ ଦିଗରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ଅଛି ବୋଲି ରାଜସ୍ୱ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଆଇଏମଡିର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, “ଜୁନ୍ ମାସରେ ଭାରତରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ଅଛି, ଯାହା ଦୀର୍ଘକାଳୀନ ହାରାହାରିର ୧୦୮ ପ୍ରତିଶତ। ଜୁନ୍ରୁ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ବହୁତ ଅଧିକ ରହିଛି । ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ।”

Leave A Reply

Your email address will not be published.