ଆଇପିଏଲ ଫାଇନାଲ ଜିତିଲା RCB, ଖୁସିରେ ୧.୭୫ କୋଟିର ମଦ ପିଇଗଲେ ଫ୍ୟାନ୍ସ
ବେଙ୍ଗାଲୁରୁ: IPL 2025ର ଫାଇନାଲ ମ୍ୟାଚ୍ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଉତ୍ସବଠାରୁ କମ୍ ନଥିଲା। ଆରସିବିର ଏତେ ବର୍ଷର ସ୍ୱପ୍ନ ଶେଷରେ ସତ ହେବା ସହ ଆଇପିଏଲ ଟ୍ରଫି ହାତେଇଛି ଦଳ। ଏହି ବିଜୟର ଖୁସି ସାରା ଦେଶରେ ପାଳନ କରାଯାଇଥିଲା କିନ୍ତୁ ଗୋଟିଏ ରାଜ୍ୟରେ ଏପରି ଉତ୍ସବର ପରିବେଶ ଥିଲା ଯେ ମଦ ଦୋକାନ ଏକପ୍ରକାର ଖାଲି ହୋଇ ଯାଇଥିଲା।
କର୍ଣ୍ଣାଟକରେ ଗୋଟିଏ ଦିନରେ ୧.୪୮ ଲକ୍ଷ ବିୟର କ୍ରେଟ୍ ବିକ୍ରି ହୋଇଥିଲା। କେବଳ ବିୟର ୩୦ କୋଟି ୬୬ ଲକ୍ଷ ଟଙ୍କା ବିକ୍ରି ହୋଇଥିଲା। ଏହା ବ୍ୟତୀତ ୧.୨୮ ଲକ୍ଷ ଅନ୍ୟାନ୍ୟ ମଦ ମଧ୍ୟ ବିକ୍ରି ହୋଇଥିଲା। ଯାହା ଫଳରେ ୧୨୭ କୋଟି ୮୮ ଲକ୍ଷ ଟଙ୍କା ରୋଜଗାର ହୋଇଥିବା ଜଣାପଡ଼ିଛି।
ଏହା କେବଳ RCB ପାଇଁ ଏକ ବିଜୟ ନଥିଲା ବରଂ ବ୍ୟବସାୟୀ ଏବଂ ସରକାର ଉଭୟ ପାଇଁ ଏକ ଲାଭଦାୟକ ଦିନ ଥିଲା।