ବିଗିଡ଼ିଲା ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ପୁଣି ବିଗିଡିଲା ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା। ସିମଲାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ଶନିବାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲ (IGMC) କୁ ନିଆଯାଇଥିଲା। ସେଠାରେ ତାଙ୍କର ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି।

ଡାକ୍ତରମାନେ ଇସିଜି ଏବଂ ଏମଆରଆଇ ପରୀକ୍ଷା କରିଛନ୍ତି। ପରୀକ୍ଷା ପରେ ସେ ଘରକୁ ଫେରିଯାଇଥିଲେ। ତେବେ ବର୍ତ୍ତମାନ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ସୋନିଆ ଗାନ୍ଧୀ ସୋମବାର ଛୁଟି କାଟିବା ପାଇଁ ସିମଲାରେ ପହଞ୍ଚିଥିଲେ। ସେ ତାଙ୍କ ଝିଅ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଛାରାବ୍ରାସ୍ଥିତ ବ୍ୟକ୍ତିଗତ ବାସଭବନରେ ରହୁଛନ୍ତି।

କିନ୍ତୁ ହଠାତ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ IGMCକୁ ଅଣାଯାଇଥିଲା, ଯେଉଁଠାରେ ତାଙ୍କର ପରୀକ୍ଷା କରାଯାଇଥିବା ଜଣାପଡ଼ିଛି। ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ପରେ ସିମଲାରେ ରାଜନୈତିକ ହଲଚଲ ତୀବ୍ର ହୋଇଥିଲା। ହିମାଚଳ ପ୍ରଦେଶର ମୁଖ୍ୟ ସଚିବ ପ୍ରବୋଧ ସକ୍ସେନା ନିଜେ IGMC ରେ ପହଞ୍ଚି ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏହା ବ୍ୟତୀତ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ହସ୍ପିଟାଲରେ ପହଞ୍ଚି ସିଧା ରେଡିଓଲୋଜି ବିଭାଗକୁ ଯାଇଥିବା ଜଣାପଡ଼ିଛି। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି।

Leave A Reply

Your email address will not be published.