କେରଳ: କେରଳ ଉପକୂଳ ସମୁଦ୍ର ଭିତରେ ବିସ୍ଫୋରଣ। କଲମ୍ବୋରୁ ମୁମ୍ବାଇର ନହାଭା ଶେଭା ଯାଉଥିବା କଣ୍ଟେନର ଜାହାଜ MV WAN HAI 503ରେ ବିସ୍ଫୋରଣ ହୋଇଛି । ୪ ଜଣ କ୍ରୁ ନିଖୋଜ ଏବଂ୫ ଜଣ କ୍ରୁ ଆହତ ହୋଇଥିବା ରିପୋର୍ଟ କରାଯାଇଛି । ସିଙ୍ଗାପୁର ପତାକା ଲାଗିଥିବା ଏହି ଜାହାଜରେ ମୋଟ ୨୨ ଜଣ କ୍ରୁ ଥିଲେ।
ବିସ୍ଫୋରଣ ସମୟରେ ୦୪ ଜଣ କ୍ରୁ (୦୨ ତାଇୱାନିଜ୍, ୦୧ ଇଣ୍ଡୋନେସିଆନ୍ ଏବଂ ୦୧ ମିଆଁମାରବାସୀ) ନିଖୋଜ ଅଛନ୍ତି ଏବଂ ସେମାନଙ୍କ ସନ୍ଧାନ ଜାରି ରହିଛି ବୋଲି ଭାରତୀୟ ତଟରକ୍ଷୀ ବାହିନୀ ସୂଚନା ଦେଇଛନ୍ତି ।
ବିସ୍ଫୋରଣଟି ଜାହାଜର ତଳ ଭାଗରେ ଅର୍ଥାତ୍ ତଳ ଡେକ୍ରେ ଘଟିଥିଲା। ଘଟଣା ସମୟରେ ଜାହାଜଟି କେରଳ ଉପକୂଳ ନିକଟରେ ସମୁଦ୍ରରେ ଥିଲା।
ଜାହାଜଟି ବର୍ତ୍ତମାନ ପାଣିରେ ବୁଡ଼ି ରହିଛି ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଦ୍ୱାରା ନିଆଁକୁ ଲିଭାଇବାକୁ ଚେଷ୍ଟା ଜାରି ରହିଛି। ବିପଦରେ ଥିବା କ୍ରୁଙ୍କ ଜୀବନ ରକ୍ଷା, ଅଗ୍ନି ନିର୍ବାପନ ଏବଂ ପରିବେଶଗତ ବିପଦକୁ ହ୍ରାସ କରିବା ତଟରକ୍ଷୀ ବାହିନୀ ପାଇଁ ପ୍ରାଥମିକତା ରହିଛି । ଘଟଣାସ୍ଥଳକୁ ରିଲିଫ୍ ଜାହାଜ ଏବଂ ବିମାନ ପଠାଯାଇଛି। ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି ବୋଲି ଭାରତୀୟ ତଟରକ୍ଷୀ ବାହିନୀ କହିଛନ୍ତି ।