ଭୁବନେଶ୍ବର:ଓଡ଼ିଆ ପୁଅ IPS ଉତ୍କଳ ରଂଜନ ସାହୁ ରାଜସ୍ଥାନ ଲୋକ ସେବା ଆୟୋଗ( Rajasthan Public Service Commission-RPSC) ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ରାଜସ୍ଥାନର ଡିଜିପି ଭାବେ କାର୍ଯ୍ୟ କରୁଥିଲେ ଉତ୍କଳ ରଂଜନ । ନୂଆ ଦାୟିତ୍ବ ନେଇ ବିଜ୍ଞପ୍ତି ଜାରି କରିଛନ୍ତି ରାଜସ୍ଥାନ ସରକାର । ଆସନ୍ତା ବର୍ଷ ଜୁନ ପର୍ଯ୍ୟନ୍ତ RPSC ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇବେ ।
ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି, ଏବଂ ସେ ଏହାକୁ ପୂର୍ଣ୍ଣ ନିଷ୍ଠାର ସହିତ ପାଳନ କରିବେ। ଉତ୍କଳ ରଂଜନ ସାହୁ କହିଛନ୍ତି, “ମୁଁ ଗତ ୩୫ବର୍ଷ ଧରି ସରକାରୀ ଚାକିରିରେ ଅଛି ଏବଂ ସର୍ବଦା ନିର୍ଦ୍ଦେଶ ପାଳନ କରିଛି। ଏବେ ମୁଁ ଏହି ନୂତନ ଦାୟିତ୍ୱ ପାଇଛି, ମୁଁ ଏହି ପଦବୀ ଅନୁସାରେ କାମ କରିବାକୁ ଯଥାସମ୍ଭବ ଚେଷ୍ଟା କରିବି।
RPSC ଅଧ୍ୟକ୍ଷ ପଦବୀ ଖାଲି ହେବାର ୧୦ ମାସ ବିତିଯାଇଥିଲା। ୬୧ ବର୍ଷୀୟ ଉତ୍କଳ ରଂଜନ ସାହୁ ଏବେ ଗୋଟିଏ ବର୍ଷ ପାଇଁ ଅଧ୍ୟକ୍ଷ ରହିବେ।