ଇନଷ୍ଟାରେ ରୋନାଲ୍ଡୋଙ୍କୁ ଟପିଲେ କୋହଲି…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସୁପରଷ୍ଟାର ବିରାଟ କୋହଲି ଇନଷ୍ଟାଗ୍ରାମରେ ଏକ ନୂଆ ରେକର୍ଡ କରିଛନ୍ତି। ପଡ଼ିଆରେ ତାଙ୍କ ବ୍ୟାଟିଂର ଚର୍ଚ୍ଚା ହେଉଥିବା ବେଳେ ଏବେ ସୋସିଆଲ ମିଡିଆରେ ମଧ୍ୟ ବିଶ୍ୱର ବଡ଼ ବଡ଼ ଷ୍ଟାରମାନଙ୍କୁ ପଛରେ ପକାଇ ଦେଉଥିବାର ଦେଖାଯାଉଛି। ଖାସ କରି ଇନଷ୍ଟାଗ୍ରାମ ପୋଷ୍ଟରେ ଲାଇକ୍ ଦୃଷ୍ଟିରୁ କୋହଲି କିମ୍ବଦନ୍ତୀ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ପଛରେ ପକାଇ ଦେଇଛନ୍ତି।

୨୦୨୪ରେ ବିରାଟଙ୍କ ତିନୋଟି ଇନଷ୍ଟାଗ୍ରାମ ପୋଷ୍ଟକୁ ୨ କୋଟିରୁ ଅଧିକ ଅର୍ଥାତ୍ ୨୦ ମିଲିୟନ ଲୋକ ଲାଇକ୍ କରିଛନ୍ତି। କୋହଲି T20 ବିଶ୍ୱକପ୍ ଜିତିବା ପରେ ତାଙ୍କ ଫଟୋ ସେୟାର କରିଛନ୍ତି। ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ ୨୨ ମିଲିୟନରୁ ଅଧିକ ଲୋକ ଲାଇକ୍ କରିଛନ୍ତି।

ସେ ମେ ୧ରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହିତ ଦ୍ୱିତୀୟ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋ ମଧ୍ୟ ୨୦ ମିଲିୟନ ଅତିକ୍ରମ କରିଛି। ସେହିପରି ତୃତୀୟ ପୋଷ୍ଟଟି ଆରସିବିର ଐତିହାସିକ ବିଜୟର ଥିଲା। ଏହାକୁ ମଧ୍ୟ ୨୦ ମିଲିୟନରୁ ଅଧିକ ଫ୍ୟାନ୍ସ ଙ୍କ ଲାଇକ୍ ମିଳିଛି।

ସେହିପରି ସାରା ବିଶ୍ୱରେ ନିଜର ଛାପ ସୃଷ୍ଟି କରିଥିବା ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଦୁଇଟି ପୋଷ୍ଟ ୨୦ ନିୟୁତରୁ ଅଧିକ ଲାଇକ୍ ପାଇଛି।

ତେବେ କ୍ରୀଡା କ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣିତ କରିଥିବା ବିରାଟ ଏବେ ଇନଷ୍ଟାଗ୍ରାମରେ ମଧ୍ୟ ବିଶ୍ୱର ସବୁଠାରୁ ପ୍ରିୟ ତାରକାମାନଙ୍କ ମଧ୍ୟରୁ ଜଣେ ହୋଇଯାଇଛନ୍ତି।

 

Leave A Reply

Your email address will not be published.