ମୁମ୍ୱାଇ: ଅରବାଜ ଖାନଙ୍କ ଦ୍ୱିତୀୟ ପତ୍ନୀ ଶୁରା ଖାନ ଗର୍ଭବତୀ ବୋଲି ଜଣାପଡିଛି। ଏନେଇ ସ୍ପଷ୍ଟ କରିଛନ୍ତି ଅରବାଜ ଖାନ।
ସେ କହିଛନ୍ତି ଯେ ତାଙ୍କ ପତ୍ନୀ ଶୁରା ଗର୍ଭବତୀ ଏବଂ ସେ ୫୭ ବର୍ଷ ବୟସରେ ପୁଣି ଥରେ ପିତା ହେବାକୁ ଯାଉଛନ୍ତି। ଆମ ଉଭୟଙ୍କ ଜୀବନରେ ଏହା ଏକ ବହୁତ ରୋମାଞ୍ଚକର ସମୟ। ଆମେ ଖୁସି ଏବଂ ବହୁତ ଉତ୍ସାହିତ। ଆମେ ନୂତନ ଜୀବନକୁ ସ୍ୱାଗତ କରିବାକୁ ଯାଉଛୁ। ତେବେ ପୁଣି ଥରେ ପିତା ହେବା ନେଇ ଅରବାଜ କହିଛନ୍ତି, ଏଭଳି ସମୟରେ ସମସ୍ତେ ଟିକେ ନର୍ଭସ ହୁଅନ୍ତି। ମୁଁ ମଧ୍ୟ ସେହିଭଳି ନର୍ଭସ ଅନୁଭବ କରୁଛି। ମୁଁ ମଧ୍ୟ ବହୁତ ଦିନ ପରେ ପୁଣି ଥରେ ପିତା ହେବାକୁ ଯାଉଛି। ଏହା ମୋ ପାଇଁ ଏକ ସମ୍ପୂର୍ଣ୍ଣ ନୂତନ ଅନୁଭବ। ମୁଁ ଉତ୍ସାହିତ, ଖୁସି ଏବଂ ସେହି ମୁହୂର୍ତ୍ତକୁ ଅପେକ୍ଷା କରିଛି।
ସେମାନଙ୍କ ଉଭୟଙ୍କର ଏକ ୨୨ ବର୍ଷୀୟ ପୁଅ ଅଛି। ଯାହାର ନାଁ ଆରହାନ।