ମହାପ୍ରଭୁଙ୍କ ପ୍ରତିବଦଳରେ ଶ୍ରୀମନ୍ଦିରରେ ପଟିଦିଅଁ ପୂଜା ପାଉଛନ୍ତି l ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ସୁଭଦ୍ରା ଙ୍କ ସ୍ଥାନରେ ମାଆ ଭୁବନେଶ୍ୱରୀ ପଟି ଦିଅଁ ଭାବେ ପୂଜା ପାଉଛନ୍ତି l ଆଜି ସକାଳୁ ପଟିଦିଅଁ ସମ୍ମୁଖରେ ଆଳତି ଓ ଅନାନ୍ୟ ନୀତିକାନ୍ତି କରାଯାଉଛି l ଅଣସର ତାଟି ସମ୍ମୁଖରେ ପଟି ଦିଅଁ ଖଟୁଲି ଉପରେ ଦଶଅବତାର ଠାକୁର ବିଜେ କରିଛନ୍ତି ଅଣସରରେ ଥିବା ଠାକୁରଙ୍କୁ ଚକଟା ଓ ପଣା ଭୋଗ କରାଯାଉଛି l
ସେପଟେ ଘୋଷ ଯାତ୍ରା ଲାଗି ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ବିଶ୍ୱ ନିୟନ୍ତଙ୍କ ରଥ ନିର୍ମାଣ କାର୍ଯ୍ୟ l ନିର୍ଦ୍ଧାରିତ ସମୟ ପୂର୍ବରୁ ଚାରି ନାହାକା ଉଠିଥିବାବେଳେ ସ୍ନାନ ଵିଧି ମଧ୍ୟ ରଥ ଖଳାରେ ସମ୍ପାଦିତ ହୋଇଛି l ତିନି ରଥର ଦ୍ୱିତୀୟ ଭୂଇଁ ବା ମଝି ଭୂଇଁ ଫ୍ରେମ୍ ଫିଟିଙ୍ଗ ତିନି ରଥ ମହାରଣା ସେବକ ଏବଂ ଭୋଇ ସେବକଙ୍କ ସହଯୋଗରେ ଶେଷ ହୋଇଛି । ଓରାର ଉଭୟ ପାର୍ଶ୍ଵରେ ୪ଟି ଲେଖାଏଁ ଖମ୍ବି ସଂଯୋଗ ହୋଇଛି l ଖମ୍ବି ଚାରି ପାର୍ଶ୍ୱରେ ଭୂଇଁ ସେଣି ପଡ଼ି ତା ଚାରିପାର୍ଶ୍ୱରେ ସିଆଣ ଓ ମାଛ ପାତିଆ ସଂଯୋଗ ହୋଇ ମାପ ପ୍ରକାରେ ସେଟିଂ କରାଯାଇ ନମ୍ବରିଂ ମଧ୍ୟ ଶେଷ ହୋଇଛି l