ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ ଟିମ ଦିନିକିଆ ଓ ଟି୨୦ ସିରିଜ ଖେଳିବ । ୨୦୨୬ରେ ଉଭୟ ଟିମ ମଧ୍ୟରେ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳାଯିବ । ବିସିସିଆଇ ଏ ନେଇ ଭେନ୍ୟୁ ଶର୍ଟଲିଷ୍ଟ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ମୁମ୍ବାଇର ୱାଙ୍ଖେଡ, ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ, ଚେନ୍ନାଇର ଚେପକ ଓ ବେଙ୍ଗାଲୁରର ଏମଏ ଚିଦାମ୍ବରମ ଷ୍ଟାଡିୟମକୁ ଶର୍ଟ ଲିଷ୍ଟ କରା ନ ଯିବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଶର୍ଟଲିଷ୍ଟ ହୋଇଥିବା ଭେନ୍ୟୁଗୁଡିକ ହେଲା- ଜୟପୁର, ମୋହାଲୀ, ଇନ୍ଦୋର, ରାଜକୋଟ, ଗୌହାଟୀ, ହାଇଦ୍ରାବାଦ, ନାଗପୁର ଓ ତ୍ରିଭେନ୍ଦ୍ରମ । ଏହି ଭେନ୍ୟୁଗୁଡିକରେ ପୂର୍ବରୁ ଆନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଛି ।