ସୁଲଭ ମୂଲ୍ୟରେ ବିଶ୍ୱମାନର ଶିକ୍ଷା ଉପଲବ୍ଧି କରାଉଛି ଭାରତ- ଧର୍ମେନ୍ଦ୍ର ପ୍ରଧାନ

ମୁମ୍ବାଇରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ୫ଟି ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟକୁ ଏଲଓଆଇ ହସ୍ତାନ୍ତର

• ମୁମ୍ବାଇରେ କ୍ୟାମ୍ପସ ସ୍ଥାପନ କରିବା ପାଇଁ ପାଞ୍ଚଟି ବିଦେଶୀ ବିଶ୍ୱବିଦ୍ୟାଳୟ – ୟର୍କ ବିଶ୍ୱବିଦ୍ୟାଳୟ, ଆବରଡିନ୍ ବିଶ୍ୱବିଦ୍ୟାଳୟ, ଓ୍ୱେଷ୍ଟନ୍ନ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ, ଇଲିନୋଇସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ଇଷ୍ଟିଚୁଟୋ ୟୁରୋପୋ ଡି ଡିଜାଇନ୍, ଇଟାଲୀକୁ ଏଲଓଆଇ ପ୍ରଦାନ
• ଏନଏମଆଇଏମଏସର ମୁକେଶ ପଟେଲ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ୍ ଆଣ୍ଡ୍ ଇଞ୍ଜିନିୟରିଂ ଆଣ୍ଡ୍ ସ୍କୁଲ ଅଫ୍ ବିଜେନସ ମ୍ୟାନେଜମେଣ୍ଟର ନୂଆ ଭବନ ଉଦଘାଟିତ
• ଜାତୀୟ ଶିକ୍ଷା ନୀତି ଅନୁସାରେ ବିଶ୍ୱ ଶିକ୍ଷାର ରାଜଧାନୀ ହେବ ମୁମ୍ବାଇ
• ଜାତୀୟ ଶିକ୍ଷା ନୀତି ୨୦୨୦ ପାଞ୍ଚବର୍ଷ ପୂର୍ତ୍ତି ଅବସରରେ ଏହା ସଂକଳ୍ପରୁ ସିଦ୍ଧିର ଉଦାହରଣ ଦେବ
• ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ଶିକ୍ଷା ମାଧ୍ୟମରେ ନବସୃଜନ-ନେତୃତ୍ୱାଧୀନ ଅଭିବୃଦ୍ଧିକୁ ସକ୍ଷମ କରିବ

ମୁମ୍ବାଇ/ଭୁବନେଶ୍ୱର, ଜୁନ ୧୪- ନୂଆ ଜାତୀୟ ଶିକ୍ଷା ନୀତିର କଳ୍ପନା ଅନୁସାରେ ଶିକ୍ଷାର ଅନ୍ତର୍ଜାତୀୟକରଣ ଲକ୍ଷ୍ୟକୁ ସାକାର କରିବା ଦିଗରେ ଶିକ୍ଷା ମନ୍ତ୍ରଣାଳୟ ଏକ ପ୍ରମୁଖ ପଦକ୍ଷେପ ନେଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ଶନିବାର ମୁମ୍ବାଇରେ ଅନୁଷ୍ଠିତ ‘ମୁମ୍ବାଇ ରାଇଜିଂ: କ୍ରିଏଟିଂ ଆନ୍ ଇଣ୍ଟରନ୍ୟାସନାଲ ଏଜୁକେସନ ସିଟି’ ଶୀର୍ଷକ ଏକ ସମାରୋହରେ ବିଶ୍ୱର ସମ୍ମାନସ୍ପଦ ୫ଟି ବିଶ୍ୱବିଦ୍ୟାଳୟକୁ ଲେଟର୍ ଅଫ୍ ଇଣ୍ଟେଣ୍ଟ୍(ଏଲଓଆଇ) ପତ୍ର ପ୍ରଦାନ କରାଯାଇଛି ।

ମୁମ୍ବାଇରେ କ୍ୟାମ୍ପସ ସ୍ଥାପନ କରିବା ପାଇଁ ୟୁନାଇଟେଡ୍ କିଙ୍ଗଡମ, ଅଷ୍ଟ୍ରେଲିଆ, ୟୁନାଇଷ୍ଟେଟ୍ସ ଅଫ୍ ଆମେରିକା ଏବଂ ଇଟାଲିର ଏହି ପ୍ରମୁଖ ବିଶ୍ୱବିଦ୍ୟାଳୟକୁ ଏଲଓଆଇ ପ୍ରଦାନ କରାଯାଇଛି । ୟର୍କ ବିଶ୍ୱବିଦ୍ୟାଳୟ, ଆବରଡିନ୍ ବିଶ୍ୱବିଦ୍ୟାଳୟ, ଓ୍ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ, ଇଲିନୋଇସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ଇନଷ୍ଟିଚ୍ୟୁଟ ୟୁରୋପୋ ଡି ଡିଜାଇନ୍ (ଆଇଇଡି), ଇଟାଲିରର ଶାଖା କ୍ୟାମ୍ପସ ପ୍ରତିଷ୍ଠା ଭାରତର ଶିକ୍ଷା ପରିସଂସ୍ଥାନ ପ୍ରତି ଗଭୀର ଏବଂ ବର୍ଦ୍ଧିତ ବିଶ୍ୱାସକୁ ପ୍ରତିଫଳିତ କରୁଛି ଏବଂ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରୀ ଦିଗରେ ଏହା ଏକ ପ୍ରମୁଖ ମାଇଲଖୁଣ୍ଟ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ଭାରତକୁ ଏକ ବିଶ୍ୱସ୍ତରୀୟ ଶିକ୍ଷାର ପେଣ୍ଠସ୍ଥଳୀ ଭାବରେ କଳ୍ପନା କରେ, ଯାହା ସୁଲଭ ମୂଲ୍ୟରେ ଗୁଣବତ୍ତା ଯୁକ୍ତ ଶିକ୍ଷା ପ୍ରଦାନ କରୁଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଭାରତକୁ ଏକ ବିଶ୍ୱସ୍ତରୀୟ ଜ୍ଞାନ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବାର ଦୃଷ୍ଟିକୋଣକୁ ସାକାର କରିବା ଆମର ଲକ୍ଷ୍ୟ ରହିଛି । ବିଶ୍ଵର ଶ୍ରେଷ୍ଠ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଭାରତରେ ପ୍ରତିଷ୍ଠା କରିବା ପାଇଁ ମୋଦୀ ସରକାର ବିହିତ ପଦକ୍ଷେପ ନେଉଛନ୍ତି ।

 

ଐତିହାସିକ ମୁମ୍ବାଇ ହେଉଛି ସ୍ଵପ୍ନର ସହର ଏବଂ ଏହାକୁ ଜ୍ଞାନୀ ଏବଂ ଉଦ୍ୟମୀଙ୍କ ସହର ଭାବେ ବିବେଚନା କରାଯାଏ । ନାଭି ମୁମ୍ବାଇକୁ ଶିକ୍ଷା କୈନ୍ଦ୍ରିକ ସହର ଭାବେ କଳ୍ପନା କରାଯାଉଛି । ଆଗାମୀ ଦିନରେ ଶିକ୍ଷା ବିପ୍ଲବର ନେତୃତ୍ଵ ମୁମ୍ବାଇ ନେବ । ମୁମ୍ବାଇ ଏବଂ ନେଭି ମୁମ୍ବାଇ ଭାରତୀୟ ଆକାଂକ୍ଷା ଏବଂ ବିଶ୍ୱସ୍ତରୀୟ ଉତ୍କର୍ଷତାକୁ ସଂଯୋଗ କରିବ। ଆମେ କେବଳ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆମନ୍ତ୍ରଣ କରୁନାହୁଁ; ଆମେ ନବସୃଜନ, ଉଦ୍ୟୋଗ ଏବଂ ଗବେଷଣାର ଇକୋସିଷ୍ଟମକୁ ସହ-ସୃଷ୍ଟି କରୁଛୁ । ୟୁଜିସି (ଭାରତରେ ବିଦେଶୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନର କ୍ୟାମ୍ପସ ସ୍ଥାପନ ଏବଂ ପରିଚାଳନା) ନିୟମାବଳୀ, ୨୦୨୩ ଅନୁଯାୟୀ ଅଧୀନରେ ମୁମ୍ବାଇ/ ନେଭି ମୁମ୍ବାଇରେ ବିଦେଶୀ ବିଶ୍ୱବିଦ୍ୟାଳୟ ଭାବରେ ଏହାକୁ ଏଲଓଆଇ ଜାରି କରାଯାଉଛି। ଭାରତରେ ଏହି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ପ୍ରତିଷ୍ଠା ଛାତ୍ରଛାତ୍ରୀମାନଙ୍କ ପାଇଁ ଭାରତରେ ବିଶ୍ୱସ୍ତରୀୟ ପାଠ୍ୟକ୍ରମ ଏବଂ ଅଧ୍ୟୟନ ସୁଯୋଗ ବିସ୍ତାର କରିବା ଏବଂ ଗବେଷଣା, ଜ୍ଞାନ ବିନିମୟ, ଉଦ୍ୟୋଗ ଏବଂ ନିବେଶ ପାଇଁ ଲାଭଦାୟକ ହେବ। ମୁମ୍ବାଇ/ନଭି ମୁମ୍ବାଇ/ଚେନ୍ନାଇ କ୍ୟାମ୍ପସ୍‌ରେ ପାଠ୍ୟକ୍ରମଗୁଡ଼ିକ ବ୍ୟବସାୟ, ଅର୍ଥନୀତି, କମ୍ପ୍ୟୁଟର ବିଜ୍ଞାନ, ଜନସ୍ୱାସ୍ଥ୍ୟ, ଡାଟା ବିଜ୍ଞାନ, ଡିଜାଇନ୍ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସ୍ନାତକ ଏବଂ ସ୍ନାତକୋତ୍ତର ସ୍ତରରେ ପ୍ରଦାନ କରାଯିବ ବୋଲି କହିଛନ୍ତି।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଏନଏମଆଇଏମଏସର ମୁକେଶ ପଟେଲ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ୍ ଆଣ୍ଡ୍ ଇଞ୍ଜିନିୟରିଂ ଆଣ୍ଡ୍ ସ୍କୁଲ ଅଫ୍ ବିଜେନସ ମ୍ୟାନେଜମେଣ୍ଟର ନୂଆ ଭବନ ଉଦଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ସରକାରଙ୍କ ଉଚ୍ଚ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ଚନ୍ଦ୍ରକାନ୍ତ ପାଟିଲ, ମହାରାଷ୍ଟ୍ର ସରକାରଙ୍କ ପ୍ରମୁଖ ସଚିବ ଶ୍ରୀ ଅସୀମ ଗୁପ୍ତା ଏବଂ ଉଚ୍ଚଶିକ୍ଷା ବିଭାଗ ସଚିବ ଏବଂ ୟୁଜିସି ଅଧ୍ୟକ୍ଷ ଡକ୍ଟର ବିନୀତ ଯୋଶୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.