ଗୁଜୁରାଟ: ଆଜି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ ହୋଇଛି । ଆଜି ସନ୍ଧ୍ୟାରେ ତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ। ଆସନ୍ତାକାଲି ( ସୋମବାର ଦିନ) ବିଜୟ ରୂପାନୀଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହ ରାଜକୋଟରେ ହେବ ।
ସୂଚନା ଅନୁଯାୟୀ, ତାଙ୍କ ମର ଶରୀରକୁ ଏକ ଚାର୍ଟର୍ଡ ବିମାନ ଯୋଗେ ରାଜକୋଟ ପଠାଯିବ। ଯେହେତୁ ହଜାର ହଜାର ଲୋକ ତାଙ୍କ ଶେଷକୃତ୍ୟରେ ଯୋଗ ଦେବେ ବୋଲି ଆଶା କରାଯାଉଛି, ତେଣୁ ସାଧାରଣ ପରିବହନ ସୁଗମ କରିବା ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି।