ଭୁବନେଶ୍ବର: ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଡ଼ା ଚେତାବନୀ ଜାରି କରିଛନ୍ତି।
ଆଇନ ମନ୍ତ୍ରୀ କହିଛନ୍ତି, “ନୂଆପଡ଼ାରେ ଏହିପରି ଆୟୋଜନ ହେଉଥିବା ଜଣାପଡ଼ିବା ପରେ ଆମେ ତାହାକୁ ବନ୍ଦ କରି ସାରିଛୁ। ଅନ୍ୟ କୌଣସି ସ୍ଥାନରେ ଏହା ବନ୍ଦ ନ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ଗଜପତି ମହାରାଜା ନିଜ ପତ୍ର ( ଇମେଲ୍ ମଧ୍ୟମରେ) ଅତି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ଭାରତ ବାହାରେ ବିଭିନ୍ନ ଦେଶର ଇସ୍କନ କେନ୍ଦ୍ର ତଥା ମନ୍ଦିରଗୁଡ଼ିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ଶାସ୍ତ୍ରରେ ଅନୁମୋଦିତ ନ ଥିବା ତିଥିରେ ପାଳନ କରୁଥିବା ନଜରକୁ ଆସିଅଛି । ଏହା ସମ୍ପୂର୍ଣ୍ଣ ରୂପେ ଶାସ୍ତ୍ର ବିରୋଧୀ କାର୍ଯ୍ୟ ।