ନୂଆଦିଲ୍ଲୀ: ମହିଳା ଦିନିକିଆ ବିଶ୍ୱକପ ୨୦୨୫ର କାର୍ଯ୍ୟସୂଚୀ ସୋମବାର ଆଇସିସି ପକ୍ଷରୁ ଜାରୀ କରାଯାଇଛି । ଅପରେଶନ ସିନ୍ଦୁର ପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଅକ୍ଟୋବର ୫ରେ ପରସ୍ପରକୁ ଭେଟିବେ । ଭାରତ ଏହି ବିଶ୍ୱକପର ଆୟୋଜକ ରହିଛି । ଏଥିଯୋଗକୁ ପାକିସ୍ତାନ ତାର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିବ । ପାକିସ୍ତାନ ଫାଇନାଲରେ ପ୍ରବେଶ କଲେ କଲମ୍ବୋରେ ଟାଇଟଲ ମୁକାବିଲା ଖେଳିବ । ଯଦି ଫାଇନାଲ ପ୍ରବେଶ ନ କରିବା ତେବେ ଏହା ବାଙ୍ଗାଲୋରରେ ଖେଳାଯିବ । ସେପ୍ଟମ୍ବର ୩୦ରେ ଉଦଘାଟନୀ ମ୍ୟାଚ ବେଙ୍ଗାଲୁରର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ।