ଜଗନ୍ନାଥ ଧାମ ଆସିବେ ବୋଲି ଟ୍ରମ୍ପଙ୍କ ଆମନ୍ତ୍ରଣକୁ ପ୍ରତ୍ୟାଖାନ କେଲେ ମୋଦୀ

ଭୁବନେଶ୍ବର:ଓଡ଼ିଶା ଆସିବା ପାଇଁ ଆମେରିକା ଗଲେନି ପ୍ରଧାନମନ୍ତ୍ରୀ ମୋଦୀ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଆଜି ଭୁବନେଶ୍ୱର ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏହି ଅବସରରେ ଜନତା ମୈଦାନର ଭବ୍ୟ ସମାରୋହରେ ସେ ଜୟ ଜଗନ୍ନାଥ,ଜୟ ବାବା ଲିଙ୍ଗରାଜ କହି ଅଭିଭାଷଣ ଆରମ୍ଭ କରିଥିଲେ । ଏହି ସମୟରେ କହିଥିଲେ, ଓଡ଼ିଶା ଗସ୍ତ ପାଇଁ ଆମେରିକା ଯାଇନାହିଁ । କାନାଡା ଗସ୍ତ ସମୟରେ ଆମେରିକା ଯିବା ପାଇଁ ନିମନ୍ତ୍ରଣ କରିଥିଲେ ଟ୍ରମ୍ପ । ଓଡ଼ିଶା ଗସ୍ତ ପାଇଁ ଟ୍ରମ୍ପଙ୍କ ନିମନ୍ତ୍ରଣ ପ୍ରତ୍ୟାଖାନ କରିଥିଲି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ମୋଦୀ କହିଛନ୍ତି, ମୁଁ କାନାଡାରେ ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିଲି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଆମେରିକା ଯିବାକୁ ନିମନ୍ତ୍ରଣ କଲେ। ସାଙ୍ଗ ହୋଇ ଖାଇବା, କଥା ହେବା.. ସେ ମୋତେ ସାଦରରେ ନିମନ୍ତ୍ରଣ କରିଥିଲେ.. ହେଲେ ମୁଁ ଟ୍ରମ୍ପଙ୍କୁ କହିଥିଲି, ମୋତେ ଜଗନ୍ନାଥ ଧାମରୁ ନିମନ୍ତ୍ରଣ ଅଛି। ମହାପ୍ରଭୁଙ୍କ ମାଟି ଯିବା ଜରୁରୀ ,ସେଥିପାଇଁ ମୁଁ ତାଙ୍କ ନିମନ୍ତ୍ରଣକୁ ନମ୍ରତାର ସହ ମନା କରିଦେଇଥିଲି । ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି।

ସୂଚନାଥାଉକି, ଭୁବନେଶ୍ବର ଜନତା ମୈଦାନର ଭବ୍ୟ ସମାରୋହରେ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ୬୦ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ୪୫ ପ୍ରକଳ୍ପର ହୋଇଛି ଲୋକାର୍ପଣ । ଏହି ଅବସରରେ ପିଏମ୍ ମୋଦୀ ଓଡ଼ିଶାକୁ ଭେଟି ଦେଇଛନ୍ତି ଦୁଇଟି ନୂଆ ଟ୍ରେନ୍ । ବୌଦ୍ଧ- ଭୁବନେଶ୍ବର ନ୍ୟୁ ଏବଂ ବୌଦ୍ଧ-ସମ୍ବଲପୁର ସାପ୍ତାହିକ ଏକ୍ସପ୍ରେସ୍। ରାଜ୍ୟରେ ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ‘ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭ ପୁସ୍ତିକା ଉନ୍ମୋଚନ ହୋଇଛି । ଯେଉଁଥିରେ ରହିଛି ୨୦୩୬ ସୁଦ୍ଧା ଓଡିଶାକୁ ବିକଶିତ କରିବାର ନକ୍ସା ।
Leave A Reply

Your email address will not be published.