ଲିଟର ପିଛା ୨ ଟଙ୍କା ବଢ଼ାଇଲା ଓମଫେଡ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଂଘ (ଓମଫେଡ) ନିଜର ସମସ୍ତ ପ୍ରକାରର କ୍ଷୀରର ମୂଲ୍ୟ ବୃଦ୍ଧି କରିଛି।

ପ୍ରିମିୟମ୍ ଏବଂ ଟୋନଡ କ୍ଷୀର ଏବେ ପ୍ରତି ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ପଡିବ। ଗୋଲ୍ଡ କ୍ଷୀରର ମୂଲ୍ୟ ୪ ଟଙ୍କା ବୃଦ୍ଧି କରାଯାଇଛି। ତେବେ ସଂଶୋଧିତ ଦର ଅନୁସାରେ, ୧ ଲିଟର ଟୋନଡ କ୍ଷୀରର ପ୍ୟାକେଟ ଏବେ ୫୦ ଟଙ୍କା, ପ୍ରିମିୟମ୍ କ୍ଷୀର ୫୪ ଟଙ୍କା ଏବଂ ଗୋଲ୍ଡ କ୍ଷୀରର ଦାମ୍ ୫୬ ଟଙ୍କା ହେବ।

ବର୍ଦ୍ଧିତ ମୂଲ୍ୟ ଟ୍ୟାଗ୍ ସହିତ ଶନିବାର ବଜାରକୁ ଆସିଥିଲା। ତେବେ ଶେଷ ଥର ପାଇଁ ଓମଫେଡ ପକ୍ଷରୁ ଏପ୍ରିଲ୍ ୧, ୨୦୨୩ରେ କ୍ଷୀର ମୂଲ୍ୟ ବୃଦ୍ଧି କରାଯାଇଥିଲା।

Leave A Reply

Your email address will not be published.