ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ବୋମା ଧମକ। ଶନିବାର ବର୍ମିଂହାମ (ୟୁକେ)ରୁ ଦିଲ୍ଲୀ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ସାଉଦି ଆରବର ରିୟାଦକୁ ଡାଇଭର୍ଟ କରାଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ଏୟାରଲାଇନ୍ସ ତରଫରୁ ସୂଚନା ଦିଆଯାଇଛି।
ବୋମା ସମ୍ପର୍କରେ ତୁରନ୍ତ ତଦନ୍ତ କରାଯାଇଥିବା ନେଇ ଏୟାର ଇଣ୍ଡିଆ ନିଜ ବିବୃତିରେ ପ୍ରକାଶ କରିଛି। ତେବେ ଯାଞ୍ଚରୁ ସେପରି କିଛି ସନ୍ଦେହ ଜନକ ତଥ୍ୟ ମିଳିନଥିବା ଜଣାପଡିଛି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବିମାନରୁ ବାହାର କରାଯାଇ ହୋଟେଲରେ ରଖାଯାଇଛି। ଯାତ୍ରୀମାନଙ୍କୁ ଯଥାଶୀଘ୍ର ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ନେଇ ବିମାନ କମ୍ପାନୀ ତରଫରୁ କୁହାଯାଇଛି।