ନୂଆଦିଲ୍ଲୀ: ଭାରତର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ବ୍ୟାଟିଂ ଶୈଳୀ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିଥାଏ । ଅଦ୍ଭୁତ ପ୍ରକାରର ଶଟ ଖେଳିବାକୁ ଯାଇ କେତେବେଳେ ତାଙ୍କ ହାତରୁ ବ୍ୟାଟ ଖସି ଯାଏ ତ ଆଉ କେତେ ବେଳେ ସେ ପଡି ଯାଇଥାନ୍ତି । ପ୍ୟାଡେଲ ସୁଇପ ଓ ସ୍କୁପ ଶଟ ସେ ଚମତ୍କରେ ଢ଼ଙ୍ଗରେ ଖେଳିଥାନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଇନିଂସରେ ସେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ଏହି ଅବସରରେ ପନ୍ତଙ୍କ ଖଳିବା ଶୈଳୀ ନେଇ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକ ଚମତ୍କାର ବୟାନ ଦେଇଛନ୍ତି । ସେ କହିଛନ୍ତି ପନ୍ତ ଶଟ ମାରିବା ବେଳେ ପଡିଆ ଅଜାଣତରେ ହୋଇ ନ ଥାଏ । ଏହା ତାଙ୍କ ରଣନୀତିରେ ସାମିଲ ।