ଲଦାଖ:କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ପ୍ରଥମ ଆଷ୍ଟ୍ରୋ ଫେଷ୍ଟିଭାଲ (Astro Festival in Leh) ଆୟୋଜନ କରିବାକୁ ଯାଉଛି। ଲଦାଖ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ରଥମ ଥର ପାଇଁ ଆଷ୍ଚ୍ରୋ ଫେଷ୍ଟିଭାଲର ଆୟୋଜନ କରାଯାଉଛି । ଆସନ୍ତା ଜୁନ ୨୭ ଓ ୨୮ ତାରିଖରେ ଏହା ଅନୁଷ୍ଠିତ ହେବ । ଏଥିରେ ଅଂଶଗ୍ରହଣକାରୀମାନେ ଦେଶର ଅନ୍ୟତମ ସ୍ୱଚ୍ଛ ଆକାଶ ଦେଖିବାର ସୁଯୋଗ ପାଇବେ ।
ଏହି ମହୋତ୍ସବ ଲେହସ୍ଥିତ ପର୍ଯ୍ୟଟନ ବିଭାଗ ଦ୍ୱାରା ଭାରତୀୟ ଖଗୋଳ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ସହିତ ମିଳିତ ଭାବରେ ଆୟୋଜନ କରାଯାଉଛି, ଯାହା ଏହି ଅଞ୍ଚଳରେ ଖଗୋଳ-ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଅଗ୍ରଣୀ ପଦକ୍ଷେପ।
ଏହି ଦୁଇ ଦିନିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜ୍ଞାନ ସହିତ ପ୍ରକୃତିର ସୌନ୍ଦର୍ଯ୍ୟର ଭରପୂର ମଜା ଉଠାଇ ପାରିବେ । ଦିନରେ ଆଷ୍ଟ୍ରୋଫିଜିକ୍ସର ବିଶେଷଜ୍ଞଙ୍କ ମାର୍ଗଦର୍ଶନ ସହିତ ରାତିରେ ଟେଲିସ୍କୋପ ମାଧ୍ୟମରେ ତାରାମଣ୍ଡଳର ଅନୁଧ୍ୟାନ ଏକ ସ୍ୱତନ୍ତ୍ର ଅନୂଭୂତି ମିଳିବ ।