ଏନକାଉଣ୍ଟରରେ ୨ମହିଳା ନକ୍ସଲ ନିହତ

ମାଲକାନଗିରି:ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମହିଳା ନକ୍ସଲ ନିହତ । ଡିଆର୍‌ଜି, ଏଟିଏଫ୍‌ ଯବାନଙ୍କ ଅପରେସନର ଏହି ସଫଳତା ମିଳିଛି। ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର, ଔଷଧ ଏବଂ ନକ୍ସଲବାଦୀଙ୍କ କାଗଜପତ୍ର ମଧ୍ୟ ଜବତ କରାଯାଇଛି।

ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ନକ୍ସଲ ମୁହାଁମୁହିଁ ହୋଇଥିଲେ। ନକ୍ସଲମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ଏଥିରେ ଦୁଇ ଜଣ ମହିଳା ନକ୍ସଲ ନିହତ ହୋଇଥିବା

ଏନକାଉଣ୍ଟର ପରେ ଘଟଣାସ୍ଥଳରୁ ଏକ INSAS ରାଇଫଲ୍, ଏକ .315 ବୋର ଅସ୍ତ୍ର, ମେଡିକାଲ୍ କିଟ୍ ଆଦି ମାଓ ସାମଗ୍ରୀ ଜବତ କରାଯାଇଥିଲା।

ଅନ୍ୟ ନକ୍ସଲମାନେ ଯେପରି ଖସି ନ ପାରିବେ, ସେଥିପାଇଁ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି। ନିହତ ମହିଳା ନକ୍ସଲଙ୍କ  ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।

 

Leave A Reply

Your email address will not be published.