ରାଜଧାନୀରେ କାୟା ବିସ୍ତାର କରୁଛି ଡେଙ୍ଗୁ: ୧୦୦ ମୁହାଁ ରୋଗୀ ସଂଖ୍ୟା

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ଷା ଆରମ୍ଭ ହେଉଛି, ତେଣୁ ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ୧୦୦ ଛୁଇଁଲାଣି। କେବଳ ଜୁନ୍‌ ମାସରେ ବହୁସଂଖ୍ୟକ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ଷ ଆରମ୍ଭରୁ ସଂଖ୍ୟା ବଢ଼ିଲାଣି । ଆଗକୁ ପରିସ୍ଥିତି ଅସମ୍ଭାଳ ହେବା ଆଶଙ୍କା ରହିଛି।

ଏପ୍ରିଲ ମାସରେ ମାତ୍ର ୬ ଜଣ ରୋଗୀ ଚିହ୍ନଟ ହୋଇଥିଲେ। ମେ ମାସରେ ସଂଖ୍ୟା ୧୪ । ଜୁନ୍‌ ମାସ ଶେଷ ସୁଦ୍ଧା ମୋଟ ୫୦ରୁ ଅଧିକ ରୋଗୀ ଚିହ୍ନଟ ହେଲେଣି। ସାଲିଆ ସାହିରୁ ୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଶିଖରଚଣ୍ଡି ନଗରରୁ ୫, ୟୁନିଟ-୩ ଏବଂ ସହିଦନଗରରୁ ୪ ରୋଗୀ ଚିହ୍ନଟ ହୋଇଛନ୍ତି। ପ୍ରତି ମାସରେ ସଂଖ୍ୟା ବଢିଚାଲିଛି । ଜୁଲାଇ ଏବଂ ଅଗଷ୍ଟ ମାସରେ ବର୍ଷାର ପରିମାଣ ବଢ଼ିବ। ହେଲେ ବିଏମ୍‌ସି ପକ୍ଷରୁ ଆଖିଦୃଶିଆ କୌଣସି ପଦକ୍ଷୋପ ନିଆଯାଉନି।

ବିଭିନ୍ନ ସ୍ଥାନରେ ଟାୟାର, ପାଣିକୁଣ୍ଡ, ଥର୍ମୋକୁଲ ଗଦା ହୋଇ ରହିଛି। ଏହି ସବୁରେ ପାଣି ରହି ମଶା ଲାର୍ଭା ସୃଷ୍ଟି ହେଉଛି। ଫଳରେ ମଶା ବଂଶ ବୃଦ୍ଧି ପାଉଛି । ଡେଙ୍ଗୁ ମଶା ଠାରୁ ସାଧାରଣ ମଶାର ସାନ୍ଦ୍ରତା ବଢିଛି। ତେଣୁ ଡେଙ୍ଗୁ ରୋଗୀ ସଂଖ୍ୟା ବଢିଚାଲିଛି।

Leave A Reply

Your email address will not be published.