ନୂଆଦିଲ୍ଲୀ: ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଚଳିତ ସିରିଜର ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ପନ୍ତ ଶତକ ହାସଲ କରିଥିଲେ । ସେ ଏହି ଶତକୀୟ ଇନିଂସ ଅବସରରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ଛକା ରେକର୍ଡକୁ ପଛରେ ପକାଇ ଦେଇଛନ୍ତି । ଟେଷ୍ଟ କ୍ରିକେଟରେ ସ୍ପିନର୍ସଙ୍କ ବିପକ୍ଷରେ ସର୍ବାଧିକ ଛକା ମାରିବା ରେକର୍ଡ ସେହ୍ୱାଗଙ୍କ ନାମରେ ରହିଥିଲା । ସେ ଓଭରାଲ ୯୧ ଛକାରୁ ସ୍ପିନର୍ସଙ୍କ ବିପକ୍ଷରେ ୬୦ ଛକା ମାରିଥିଲେ । ପନ୍ତ ଏବେ ଟେଷ୍ଟରେ ୮୨ ଛକା ମାରିଥିବା ବେଳେ ସ୍ପିନର୍ସଙ୍କ ବିପକ୍ଷରେ ୬୬ ଛକା ରହିଛି । ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର ସିଂ ଧୋନୀ ଯଥାକ୍ରମେ ୫୭ ଓ ୫୬ ଛକା ସହ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି ।