ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା କ୍ରିକେଟ ସିରିଜ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗିରହିଛି । ବାଂଲାଦେଶ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ଅନୀମୁଲ ଇସଲାମ କହିଛନ୍ତି ଯେ, ଭାରତ ବିପକ୍ଷ ଦିନିକିଆ ଓ ଟି୨୦ ସିରିଜକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏବେ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛି । ଅଗଷ୍ଟ ୧୭ରୁ ଉଭୟ ଦେଶ ମଧ୍ୟରେ ୩ଟି ଲେଖାଏଁ ଦିନିକିଆ ଓ ଟି୨୦ ମ୍ୟାଚ ଖେଳାଯିବ । ବର୍ତମାନର ରାଜନୈତିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ଅଗଷ୍ଟରେ ଏହି ସିରିଜ ଆୟୋଜନ ନେଇ ଦ୍ୱନ୍ଦ୍ୱ ଲାଗିରହିଛି ।