ଭାରତୀୟ ବାୟୁସେନା ଚାକିରି ସୁଯୋଗ, ଏୟାରମ୍ୟାନ ଗ୍ରୁପ୍-ୱାଇ ପଦବୀ ଭର୍ତ୍ତି ୨୦୨୫ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ଦେଶ ସେବାର ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ଭାରତୀୟ ବାୟୁସେନା (IAF) ଏୟାରମ୍ୟାନ ଗ୍ରୁପ୍-ୱାଇ ପଦବୀ ପାଇଁ ଭର୍ତ୍ତି ନେବା ଲାଗି ଆଧିକାରିକ ବିଜ୍ଞପ୍ତି ଜାରି କରିଛି। ଯେଉଁ ପ୍ରାର୍ଥୀ ବାୟୁସେନାରେ ଯୋଗ ଦେଇ ରାଷ୍ଟ୍ର ସେବା କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ। ଭର୍ତ୍ତି ପ୍ରକ୍ରିୟା ଅଧୀନରେ ଅନଲାଇନ ଆବେଦନ ୧୧ ଜୁଲାଇ ୨୦୨୫ରୁ ଆରମ୍ଭ ହେବ ଏବଂ ଶେଷ ତାରିଖ ୩୧ ଜୁଲାଇ ୨୦୨୫ ନିର୍ଦ୍ଧାରିତ ହୋଇଛି।

ଇଚ୍ଛୁକ ପ୍ରାର୍ଥୀ ବାୟୁସେନାର ଆଧିକାରିକ ୱେବସାଇଟ୍ airmenselection.cdac.in କୁ ଯାଇ ଆବେଦନ କରିପାରିବେ। ଯଦିଓ ବର୍ତ୍ତମାନ ପଦବୀର ମୋଟ ସଂଖ୍ୟା ଘୋଷଣା କରାଯାଇନାହିଁ, ତଥାପି ଭର୍ତ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ପାରଦର୍ଶୀ ଏବଂ ଯୋଗ୍ୟତା ଆଧାରରେ ହେବ।

ଏହି ଭର୍ତ୍ତିରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଭାରତ ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ଶ୍ରେଣୀରେ ଫିଜିକ୍ସ, କେମିଷ୍ଟ୍ରୀ, ବାୟୋଲୋଜୀ ଏବଂ ଇଂରାଜୀ ବିଷୟ ସହିତ ନ୍ୟୂନତମ ୫୦ ପ୍ରତିଶତ ନମ୍ବର ହାସଲ କରିଥିବା ଜରୁରୀ। ଏହା ସହିତ, ଯେଉଁ ପ୍ରାର୍ଥୀ ଫାର୍ମାସୀରେ ଡିପ୍ଲୋମା କିମ୍ବା ବିଏସସି କରିଛନ୍ତି, ସେମାନେ ମଧ୍ୟ ଆବେଦନ କରିପାରିବେ । ତେବେ ସେମାନଙ୍କ ନମ୍ବର ମଧ୍ୟ ନ୍ୟୂନତମ ୫୦% ହେବା ଆବଶ୍ୟକ।

ଅନଲାଇନ ଆବେଦନ କରିବା ସମୟରେ ପ୍ରାର୍ଥୀଙ୍କୁ ୫୫୦ ଟଙ୍କା ଆବେଦନ ଶୁଳ୍କ ଜମା କରିବାକୁ ହେବ, ଯାହା ନେଟ୍‌ ବ୍ୟାଙ୍କିଂ, ଡେବିଟ କାର୍ଡ କିମ୍ବା ଅନ୍ୟ ଅନଲାଇନ ମାଧ୍ୟମରେ ଦେୟ ହୋଇପାରିବ। ଅଧିକ ବିବରଣୀ ପାଇଁ ପ୍ରାର୍ଥୀ ଅଧିକାରିକ ୱେବସାଇଟ୍‌ର ସାହାଯ୍ୟ ନେଇପାରିବେ।

Leave A Reply

Your email address will not be published.