ରଥ ଉପରକୁ ମୋବାଇଲ୍‌ ନେବା ଅଭିଯୋଗରେ ୭ ସେବାୟତଙ୍କ ନାଁରେ ଏଫଆଇଆର

ପୁରୀ: ରଥ ଉପରକୁ ମୋବାଇଲ୍‌ ନେଇଥିବା ଅଭିଯୋଗରେ ୭ ସେବାୟତଙ୍କ ନାଁରେ ଥାନାରେ ଏଫଆଇଆର। ସିଂହଦ୍ବାର ପୋଲିସ ଷ୍ଟେସନ ୭ ସେବାୟତଙ୍କ ନାଁରେ FIR ହୋଇଛି। ସେବାୟତଙ୍କ ନାଁରେ FIR ହୋଇଥିବା ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ। ବାରଣ ସତ୍ତ୍ବେ କିଛି ସେବାୟତ ରଥ ଉପରକୁ ମୋବାଇଲ୍‌ ନେଇଥିଲେ।

ରଥଯାତ୍ରା ପୂର୍ବରୁ ଏହି କଟକଣା ଜାରି ହୋଇଥିଲା। ତଥାପି କିଛି ସେବାୟତ କଟକଣ ନମାନି ରଥ ଉପରକୁ ମେବାଇଲ ନେଇଥିବା ନଜରକୁ ଆସିଥିଲା। ସମ୍ପୃକ୍ତ ସେବାୟତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଏହି ଘଟଣାକୁ ନେଇ ସିଂହଦ୍ୱାର ଥାନାକୁ ଚିଠି ଲେଖିଲା ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ।

ରଥ ଉପରକୁ ମୋବାଇଲ ନେବାକୁ ବାରଣ କରାଯାଇଥିଲା। ଏହି କଟକଣାକୁ ନମାନି କିଛି ସେବାୟତ ରଥଉପରକୁ ମୋବାଇଲ ନେଇଥିବା ନଜର ଆସିଥିଲେ। ସୂଚନାଯୋଗ୍ୟ, ରଥ ଉପରକୁ କୌଣସି ଅଣସେବକ ଚଢିବା କିମ୍ବା ମୋବାଇଲ ନେବା ନିଷେଧ ବୋଲି ନିର୍ଦ୍ଦେଶ ରହିଥିଲା। ଏନେଇ ବ୍ଯତିକ୍ରମ ସାମ୍ନାକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଥିଲା।

Leave A Reply

Your email address will not be published.