ଉଡ଼ାଣ ଭରିବାର କିଛି ସମୟ ପରେ ଜଳିଗଲା ପ୍ଲେନ୍

ନୂଆଦିଲ୍ଲୀ: ଲଣ୍ଡନର ସାଉଥଏଣ୍ଡ ବିମାନବନ୍ଦରରେ ରବିବାର ସନ୍ଧ୍ୟାରେ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ପ୍ଲେନ୍ ରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୂଚନା ଅନୁଯାୟୀ, ପ୍ରାୟ ୪ଟା (ସ୍ଥାନୀୟ ସମୟ)ରେ ଏକ ଛୋଟ ବାଣିଜ୍ୟିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ପରେ ଆକାଶରେ କଳା ଧୂଆଁ ଏକ ବିରାଟ ମେଘ ଭଳି ଦେଖାଯାଇଥିଲା। ଯାହାକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ଅନେକ ପ୍ରତ୍ୟକ୍ଷଦର୍ଶୀଙ୍କ ମଧ୍ୟରେ ଆକାଶରେ ଏକ ବିରାଟ ଅଗ୍ନି ପିଣ୍ଡୁଳା ଦେଖାଯାଇଥିଲା।

ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବିମାନର ନାମ ‘ବିଚ୍ ବି୨୦୦ ସୁପର କିଙ୍ଗ ଏୟାର’, ଯାହା ନେଦରଲ୍ୟାଣ୍ଡର ଲେଲିଷ୍ଟାଡ ସହର ଅଭିମୁଖେ ଯାଇଥାନ୍ତା। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ ରାଡାର ଅନୁଯାୟୀ, ରନୱେରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ କେତେ ଲୋକ ଥିଲେ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ।

ବିମାନବନ୍ଦର ନିକଟରେ ଉପସ୍ଥିତ ଲୋକମାନେ ଏକ ଜୋରଦାର ବିସ୍ଫୋରଣ ତା’ପରେ ଏକ ବିରାଟ ନିଆଁ ସହ ଧୂଆଁ ଉଠିବା ଦେଖିଥିଲେ। ସେହିପରି ସୋସିଆଲ ମିଡିଆରେ ସେୟାର ହେଉଥିବା ଭିଡିଓରେ ଘନ କଳା ଧୂଆଁ ଉଠିଥିବା ଦେଖାଯାଉଛି।

ଅଧିକାରୀମାନେ କହିଛନ୍ତି, ଆମେ ସମସ୍ତ ଜରୁରୀକାଳୀନ ସେବା ସହିତ ମିଶି ଉଦ୍ଧାର କାର୍ଯ୍ୟ କରୁଛୁ। ତେବେ ଏହି କାର୍ଯ୍ୟ ଆଗାମୀ କିଛି ଘଣ୍ଟା ପାଇଁ ଜାରି ରହିବ। ଅପରପକ୍ଷରେ ସୁରକ୍ଷା ପାଇଁ ରୋଚଫୋର୍ଡ ହଣ୍ଡ୍ରେଡ୍ ଗଲ୍ଫ କ୍ଲବ ଏବଂ ୱେଷ୍ଟକ୍ଲିଫ୍ ରଗବି କ୍ଲବକୁ ଖାଲି କରାଯାଇଥିବା ଜଣାପଡିଛି।

Leave A Reply

Your email address will not be published.