ଜୁଲାଇ ୨୩ ଯାଏଁ ଜାରି ରହିବ ବର୍ଷା; ଏସବୁ ଜିଲ୍ଲାକୁ ୟେଲୋ ସତର୍କତା ଜାରି

ଭୁବନେଶ୍ୱର: ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ଦିନ କହିଛି।

 

ଏହି ସମୟରେ ଦକ୍ଷିଣ-ପଶ୍ଚିମ ବିହାର ଏବଂ ସଂଲଗ୍ନ ପୂର୍ବ ଉତ୍ତର ପ୍ରଦେଶ ଉପରେ ଥିବା ଏକ ଲଘୁଚାପ କ୍ଷେତ୍ର ରହିଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ବିହାର ଏବଂ ପୂର୍ବ ଉତ୍ତର ପ୍ରଦେଶ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଛି।

 

ସେହିପରି ୨୧ ତାରିଖ ଠାରୁ ବର୍ଷାର ତୀବ୍ରତା ବୃଦ୍ଧି ପାଇବାର ସମ୍ଭାବନା ଅଛି।

 

ପାଣିପାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ଜିଲ୍ଲାଗୁଡ଼ିକ ପାଇଁ ପରାମର୍ଶ ଜାରି କରିଛନ୍ତି। ଏଥିସହିତ ଅଧିକାରୀମାନଙ୍କୁ ଯେକୌଣସି ପରିସ୍ଥିତିର ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି।

ଗାମୀ ୨୪ ଘଣ୍ଟା ମଧ୍ୟରେ ଝଡବର୍ଷା ସହିତ ପବନର ବେଗ ୩୦-୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଜୁଲାଇ ୧୭-୧୮ରେ ବଜ୍ରପାତ ସହିତ ବର୍ଷା, ୩୦-୪୦ କିଲୋମିଟର ବେଗରେ ବର୍ଷା ହୋଇପାରେ। ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୁଆପଡା ରାୟଗଡା, କୋରାପୁଟ, ମାଲକାନଗିରି, ବାଲେଶ୍ଵର, ଭଦ୍ରକ, ଗଞ୍ଜାମ ଏବଂ ଗଜପତି।

Leave A Reply

Your email address will not be published.