ସୁରକ୍ଷାବାହିନୀକୁ ବଡ଼ ସଫଳତା; ଏନକାଉଣ୍ଟରରେ ୬ନକ୍ସଲ ନିହତ

ଛତିଶଗଡ:ଜିଲ୍ଲାର ଅବୁଝମାଡ଼ ଘନ ଜଙ୍ଗଲରେ ନକ୍ସଲ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଛି। ସୁରକ୍ଷା ଏଜେନ୍ସିକୁ ଖବର ମିଳିବା ପରେ ଶୁକ୍ରବାର ଏକ ସର୍ଚ୍ଚ ଅପରେସନ କରାଯାଇଥିଲା । ତେବେ ଏପର୍ଯ୍ୟନ୍ତ ୬ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି।

 

ଛତିଶଗଡ ଜିଲ୍ଲାର ଅବୁଝମାଡ଼ ଅଞ୍ଚଳର ଜଙ୍ଗଲରେ ଶୁକ୍ରବାର ଅପରାହ୍ନରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ନକ୍ସଲମାନଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ ସୁରକ୍ଷାବାହିନୀର ମିଳିତ ଦଳ ଅପରେସନ ପାଇଁ ବାହାରିଥିଲେ । ଏହି ସମୟରେ ନକ୍ସଲମାନେ ଆକ୍ରମଣ କରିଥିଲେ। ଏହାପରେ ସୁରକ୍ଷାବାହିନୀ କଡା ଜବାବ ଦେଇଥିଲେ ।

 

ଏହି ଅପରେସନରେ ଏପର୍ଯ୍ୟନ୍ତ ୬ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ AK-47/SLR ରାଇଫଲ୍, ବିସ୍ଫୋରକ ସାମଗ୍ରୀ ଏବଂ ଦୈନନ୍ଦିନ ବ୍ୟବହାରର ଅନେକ ଜିନିଷପତ୍ର ଜବତ କରାଯାଇଛି। ବର୍ତ୍ତମାନ ନିହତ ନକ୍ସଲଙ୍କ ପରିଚୟ ଏବଂ ସଂଗଠନର ସ୍ଥିତି ନିଶ୍ଚିତ କରାଯାଇ ନାହିଁ।

 

ସୁରକ୍ଷାବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି। ଜଙ୍ଗଲରେ ସମ୍ପୂର୍ଣ୍ଣ ତଲାସୀ ଚାଲିଛି। ଯବାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ, ବର୍ତ୍ତମାନ କେବଳ ସୀମିତ ସୂଚନା ସେୟାର କରାଯାଉଛି। ଦଳ ଫେରିବା ପରେ ଏନକାଉଣ୍ଟରର ସମ୍ପୂର୍ଣ୍ଣ ବିବରଣୀ ଏବଂ ଜବତ ସାମଗ୍ରୀ ବିଷୟରେ ସୂଚନା ପ୍ରକାଶ ପାଇବ।

 

କେନ୍ଦ୍ର ଗୃହମନ୍ତ୍ରୀ ୨୦୨୬ମାର୍ଚ୍ଚ ସୁଦ୍ଧା ନକ୍ସଲବାଦକୁ ସମାପ୍ତ ହେବ ବୋଲି କହିଛନ୍ତି। ନିକଟରେ,ଛତିଶଗଡ଼ ଗସ୍ତ ସମୟରେ ଅମିତ ଶାହ ଏକ କଡ଼ା ବାର୍ତ୍ତାରେ କହିଥିଲେ ଯେ, ମୌସୁମୀ ସମୟରେ ମଧ୍ୟ ନକ୍ସଲବାଦୀଙ୍କ ବିରୋଧରେ ଅଭିଯାନ ଜାରି ରହିବ।

Leave A Reply

Your email address will not be published.