ଭକ୍ତଙ୍କ ଗୁଗଲି…ଦୋଛକିରେ ବିଜେଡି !

ଭୁବନେଶ୍ବର: ପିସିସି ସଭାପତି ଭକ୍ତ ଦାସଙ୍କ ଅନାସ୍ଥା ଗୁଗଲି । ବିଜେଡିରେ ଦ୍ବନ୍ଦ୍ବ, ଦଳ କରିବ କ’ଣ? ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଭାବେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିଜେଡିକୁ ଆହ୍ବାନ ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ତେବେ ଭକ୍ତଙ୍କ ଏଭଳି ଆହ୍ବାନ ବିଜେଡି ପାଇଁ ଧର୍ମସଂକଟ ପାଲଟିଛି । ଭକ୍ତଙ୍କ କଥାରେ ରାଜି ହୋଇ ଅନାସ୍ଥା ପ୍ରସ୍ତାବ ଆଣିଲେ ବିଜେପି ଦଳକୁ କଂଗ୍ରେସର ବି-ଟିମ୍ କହି ସମାଲୋଚନା କରିବାକୁ ପଛାଇବନି । ଆଉ ରାଜି ନହେଲେ ବିଜେପି ସହ ହାତ ମିଳାଇଥିବା ଅଭିଯୋଗ ମୁଣ୍ଡାଇବାକୁ ପଡିବ । ସେପଟେ ଓ୍ବାକଫ୍ ଝଡ଼ ପରେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ କରିବ, ତାଉପରେ ବି ସବୁ ଦଳର ନଜର ରହିଛି ।

ବିଜେଡିକୁ ଫସାଇଦେଲେ କି ଭକ୍ତ ?

ପିସିସି ସଭାପତି ଭକ୍ତ ଦାସଙ୍କ ଅନାସ୍ଥା ଗୁଗଲି ଏବେ ବିଜେଡିର ଚିନ୍ତା ବଢାଇଲାଣି । ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣୁ । ନହେଲେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଲେ ବିଜେଡି ଏହାକୁ ସମର୍ଥନ କରୁ ବୋଲି କହିଛନ୍ତି ଭକ୍ତ ଦାସ । ହେଲେ ଭକ୍ତଙ୍କ ଏହି ଗୁଗଲି ବିଜେଡିକୁ ଧର୍ମସଂକଟରେ ପକାଇଛି । ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ, ଦଳ କଂଗ୍ରେସ ସହ ହାତ ମିଳାଇଥିବା କୁହାଯିବ । ଆଉ ଯଦି ଅନାସ୍ଥା ପ୍ରସ୍ତାବ ନଆଣେ ତେବେ ବିଜେପି ସହ ଗୋପନ ସଂପର୍କ ନେଇ ଚାଲିଥିବା ଦୀର୍ଘ ଦିନର ଚର୍ଚ୍ଚା ପୁଣି ଫେରିପାରେ । ଖାଲି ସେତିକି ନୁହେଁ, ଯଦି କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣେ, ଏହାକୁ ସମର୍ଥନ ନକଲେ ବିଜେଡି ଜନତାଙ୍କ ସମସ୍ୟା ପାଇଁ ସ୍ବର ଉଠାଉନଥିବା ଅଭିଯୋଗ ହେବ । ସମର୍ଥନ କଲେ ବି କଂଗ୍ରେସ ହିଁ ଏକନମ୍ବର ବିରୋଧୀ ଦଳ ବୋଲି ଲୋକଙ୍କ ପାଖକୁ ସନ୍ଦେଶ ଯିବ ।

ଖୋଲା ବିରୋଧ ନକଲେ ବିଜେଡିକୁ କ୍ଷତ

Leave A Reply

Your email address will not be published.