ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ରାଜ କିଶୋର ଜେନା ଗିରଫ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ବୁଧବାର ଦିନ ଭୁବନେଶ୍ୱର ଆରଆଣ୍ଡବି ଡିଭିଜନ- ୩ର ସହକାରୀ ଯନ୍ତ୍ରୀ ରାଜ କିଶୋର ଜେନାଙ୍କୁ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି।

 

ତାଙ୍କ ବିରୁଦ୍ଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ତାଙ୍କୁ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ କୋର୍ଟରେ ହାଜର କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ପ୍ରକାଶିତ।

 

by TaboolaSponsored Links

ତଦନ୍ତ ସମୟରେ ନୀଳାଦ୍ରି ବିହାରରେ ଏକ ବହୁମହଲା କୋଠା, କସ୍ମୋପଲିସରେ ଦୁଇଟି ଫ୍ଲାଟ ଏବଂ ଉତ୍କଳ କନିକା ଗ୍ୟାଲେରିଆ ଏବଂ ସିମ୍ଫୋନି ମଲରେ ଦୁଇଟି ବାଣିଜ୍ୟିକ ଆଉଟଲେଟ୍ ଠାବ କରାଯାଇଛି। ଏଥିସହିତ ସେ ଏବଂ ତାଙ୍କ ସହଯୋଗୀ ଅଶୋକ କୁମାର ପଣ୍ଡା ମିଳିତ ଭାବରେ ସେମାନଙ୍କ ସ୍ତ୍ରୀଙ୍କ ନାମରେ ଖଣ୍ଡଗିରିର କସ୍ମୋପଲିସରେ ଏକ ଫ୍ଲାଟ କିଣିଥିଲେ।

 

ଏହା ବ୍ୟତୀତ ଭୁବନେଶ୍ୱରରେ ନଅଟି ସମେତ ୧୩ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ଏବଂ ୭୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରାଶି ଚିହ୍ନଟ ହୋଇଥିଲା। ରାଜ କିଶୋର ତାଙ୍କ ଦୁଇ ପିଲାଙ୍କ ଶିକ୍ଷା ପାଇଁ ୬୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ମଧ୍ୟ ଅଭିଯୋଗ ହୋଇଛି।

Leave A Reply

Your email address will not be published.