ଖୁବଶୀଘ୍ର ଭୁବନେଶ୍ୱର ଓ ଜୟପୁର ମଧ୍ୟରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ

ଜୟପୁର: ଜୟପୁର ଏବଂ ଭୁବନେଶ୍ୱର ମଧ୍ୟରେ ଏକ ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ପାଇଁ ଯୋଜନା ଥିବା ନେଇ ଶନିବାର କହିିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସୁଭଦ୍ରା ଯୋଜନା ଅନ୍ତର୍ଗତ ତୃତୀୟ କିସ୍ତି ସହାୟତା ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସେ ଏଥିସହିତ ୪୫୨ କୋଟି ଟଙ୍କାର ୪୩୬ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ୩୦୯.୪୨ କୋଟି ଟଙ୍କାର ୧୨୬ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କୋରାପୁଟ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ସେତୁ ଏବଂ ପର୍ଯ୍ୟଟନ ଭଳି କ୍ଷେତ୍ରରେ ମୋଟ ୭୬୨ କୋଟି ଟଙ୍କାର ବିକାଶ କାର୍ଯ୍ୟ ଆରମ୍ଭ କରିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ଜୟପୁରର କାଗଜ ମିଲର ପୁନରୁଦ୍ଧାର ଏବଂ ସହରରେ ଏକ ନୂତନ କଲେଜ ପ୍ରତିଷ୍ଠା ନେଇ ମଧ୍ୟ ଘୋଷଣା କରିଛନ୍ତି।

Leave A Reply

Your email address will not be published.