‘ଅପରେସନ୍ ସିନ୍ଦୂର’ରେ ପାକିସ୍ତାନର ୫ ଯୁଦ୍ଧ ବିମାନ ଖସାଇଛି ଭାରତ: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଅପରେସନ୍ ସିନ୍ଦୂର ସମୟରେ ୫ଟି ପାକିସ୍ତାନୀ ଯୁଦ୍ଧ ବିମାନକୁ ଖସାଇଥିଲା। ଏହା ବ୍ୟତୀତ ଆହୁରି ଅନେକ ବିମାନକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ଏଭଳି ଚାଂଚଲ୍ୟକର ବୟାନ ଦେଇଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ଅମରପ୍ରୀତ ସିଂହ।

 

ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଏହି ଅପରେସନ୍ ସମୟରେ ଆମେ ପାକିସ୍ତାନକୁ ବହୁତ କ୍ଷତି ପହଞ୍ଚାଇଛୁ। “ଆମେ ନିଶ୍ଚିତ ଭାବରେ ପାଞ୍ଚଟି ପାକିସ୍ତାନୀ ବିମାନକୁ ଖସାଇ ଦେଇଛୁ। ଏହା ହୁଏତ ଏକ ELINT ବିମାନ କିମ୍ବା ଏକ AEW&C ବିମାନ ଥିଲା। ଆମେ ଏହାକୁ ୩୦୦ କିଲୋମିଟର ଦୂରତାରୁ ମାରିଥିଲୁ। ଯାହା ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦୁ ଥିବା କ୍ଷେପଣାସ୍ତ୍ର ପାଇଁ ସବୁଠାରୁ ବଡ଼ ରେକର୍ଡ। ଏହି ସମୟରେ ସେ ରୁଷିଆରୁ କିଣାଯାଇଥିବା ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ S400କୁ ପ୍ରଶଂସା କରିବା ସହ ଏହାକୁ ଏକ ଗେମ୍ ଚେଞ୍ଜର ବୋଲି କହିଥିଲେ।

 

ଆହୁରି ମଧ୍ୟ ବାୟୁସେନା ମୁଖ୍ୟ କହିଛନ୍ତି ଯେ ଅପରେସନ ସିନ୍ଦୁର ଏକ ହାଇଟେକ୍ ଯୁଦ୍ଧ ଥିଲା। ପ୍ରଥମ ୮୦ରୁ ୯୦ ଘଣ୍ଟା ମଧ୍ୟରେ ଆମେ ପାକିସ୍ତାନକୁ ବହୁତ କ୍ଷତି ପହଞ୍ଚାଇଥିଲୁ। ସେମାନଙ୍କର ଅଧିକାଂଶ ଘାଟିକୁ ଟାର୍ଗେଟ କରାଯାଇଥିଲା। ଏହାପରେ ସେମାନେ ସ୍ପଷ୍ଟ ଭାବରେ ବୁଝିପାରିଥିଲେ ଯେ ଯଦି ସେମାନେ ଏହାକୁ ବନ୍ଦ ନ କରିବେ, ତେବେ ସେମାନଙ୍କୁ ବହୁତ ବଡ ମୂଲ୍ୟ ଦେବାକୁ ପଡିବ। ସେଥିପାଇଁ ସେମାନେ ଆଗକୁ ଆସିବା ସହ ପାକିସ୍ତାନୀ DGMO ଆମର DGMOଙ୍କ ସହ ଚର୍ଚ୍ଚା କରିଥିଲେ। ତା’ପରେ ଯୁଦ୍ଧବିରତି ଘୋଷଣା ହୋଇଥିଲା।

Leave A Reply

Your email address will not be published.