ଉଦୟପୁର ଫାଇଲ୍ସ’ର ପ୍ରଯୋଜକଙ୍କୁ ହତ୍ୟା ଧମକ

ମୁମ୍ବାଇ: ଆଇନଗତ ଲଢ଼େଇ ପରେ ଫିଲ୍ମ ‘ଉଦୟପୁର ଫାଇଲ୍ସ’ ଶେଷରେ ସିନେମା ହଲରେ ମୁକ୍ତିଲାଭ କରିଛି। ତଥାପି ଫିଲ୍ମ ନିର୍ମାତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳୁଛି। ଗୋଟିଏ ପଟେ ଫିଲ୍ମ ହଲରେ ଦର୍ଶକ ବେଶୀ ଭିଡ ଜମାଉନଥିବା ବେଳେ ଅନ୍ୟପଟେ ପ୍ରଯୋଜକ ଅମିତ ଜାନି ଦାବି କରିଛନ୍ତି ଯେ ତାଙ୍କୁ ହତ୍ୟା ଧମକ ମିଳୁଛି।

 

ସୂଚନା ଅନୁଯାୟୀ, ଅଗଷ୍ଟ ୯ ତାରିଖରେ ଅମିତ ଜାନିଙ୍କ ଦ୍ୱାରା ସୋସିଆଲ ମିଡିଆରେ ଏନେଇ ଏକ ପୋଷ୍ଟ ସେୟାର କରାଯାଇଥିଲା। ଯେଉଁଥିରେ ଜାନି ଦାବି କରିଥିଲେ ଯେ ତାଙ୍କୁ ଏକ ଅଜଣା ନମ୍ବରରୁ ବାରମ୍ବାର ଧମକ ଭରା କଲ୍ ଆସୁଛି। ଯେଉଁଥିରେ କଲର ତାଙ୍କୁ ବୋମାରେ ଉଡ଼ାଇ ଦେବାକୁ କିମ୍ବା ଗୁଳି କରିବାକୁ ଧମକ ଦେଇଛନ୍ତି। ସେ ଏହି ଘଟଣାର ତଦନ୍ତ କରିବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ।

ଏପରି ଧମକ ପାଇବା ପରେ କେନ୍ଦ୍ର ସରକାର ପ୍ରଯୋଜକ ଅମିତ ଜାନିଙ୍କୁ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ସୁରକ୍ଷା ପାଇଁ ‘Y’ ବର୍ଗର ସୁରକ୍ଷା ପ୍ରଦାନ କରିଥିଲେ। ଯେଉଁଥିରେ ୮ରୁ ୧୧ ସଦସ୍ୟଙ୍କ ଏକ ଟିମ୍ ଅନ୍ତର୍ଭୁକ୍ତ। ତେବେ ସୁପ୍ରିମକୋର୍ଟ ତାଙ୍କୁ ପୋଲିସ ସୁରକ୍ଷା ନେବାକୁ ଅନୁମତି ଦେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.