ଦିଲ୍ଲୀରେ ସାଂସଦଙ୍କ ପାଇଁ ୧୮୪ଟି ଟାଇପ୍‌ ୭ କ୍ୱାର୍ଟର୍ସର ଲୋକାର୍ପଣ.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ବାବା ଖଡକ ସିଂହ ମାର୍ଗରେ ସାଂସଦଙ୍କ ପାଇଁ ନିର୍ମିତ ୧୮୪ଟି ନୂତନ ଫ୍ଲାଟ୍ ଉଦଘାଟନ କରିଛନ୍ତି। ଏହି ସମସ୍ତ ଫ୍ଲାଟ୍ ଟାଇପ୍-୭ ବହୁମହଲା ଆପାର୍ଟମେଣ୍ଟ। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଏକ ‘ସିନ୍ଦୁର’ ଗଛ ଲଗାଇବା ସହ ଶ୍ରମଜିବୀ ମାନଙ୍କୁ ମଧ୍ୟ ଭେଟିଥିଲେ।

ଉଦ୍ଘାଟନ ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ – ଏହି ଚାରୋଟି ଟାୱାରକୁ ବହୁତ ସୁନ୍ଦର ନାମ ଦିଆଯାଇଛି। କୃଷ୍ଣା, ଗୋଦାବରୀ, କୋଶୀ ଏବଂ ହୁଗଲି। ଏହା ଭାରତର ଚାରିଟି ମହାନ ନଦୀକୁ ପ୍ରତିନିଧିତ୍ୱ କରେ ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ଜୀବନ ପ୍ରଦାନ କରିଥାଏ।

ସାଂସଦଙ୍କ ପାଇଁ ବାସଗୃହର ଅଭାବ ଥିବାରୁ ଏହି ନୂତନ ଫ୍ଲାଟ୍ ନିର୍ମାଣ କରାଯାଇଥିଲା। ସୀମିତ ଜମି ଯୋଗୁଁ ଏଠାରେ ଉଚ୍ଚ କୋଠା ନିର୍ମାଣ କରାଯାଇଥିଲା, ଯାହା ଦ୍ଵାରା ସ୍ଥାନର ଉପଯୁକ୍ତ ବ୍ୟବହାର ସହ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ କମିବ।

Leave A Reply

Your email address will not be published.