ଫ୍ୟାନ୍ସଙ୍କୁ ବଡ଼ ଉପହାର ଦେଲେ ସାରୁଖ

 ସାମ୍ନାକୁ ଆସିଲା ଫିଲ୍ମ ‘ଯବାନ’ର ପ୍ରଥମ ଗୀତ ।ଏହି ଗୀତର ନାମ ‘ଜିନ୍ଦା ବନ୍ଦା’ । ଏହି ଗୀତରେ ଶାହାରୁଖଙ୍କ ଧମାକେଦାର ଡ୍ୟାନ୍ସ ଦେଖିବାକୁ ମିଳିଛି। ଏହାକୁ କେବଳ ହିନ୍ଦୀରେ ନୁହେଁ, ବରଂ ତାମିଲ ଏବଂ ତେଲୁଗୁ ଭର୍ଜନରେ ମଧ୍ୟ ରିଲିଜ କରାଯିବ । ଶାହରୁଖ ଖାନ ଆଜି ଅର୍ଥାତ ୩୧ ଜୁଲାଇରେ ନିଜ ଫ୍ୟାନ୍ସଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ବୋଲି କୁହାଯାଉଛି। ଆଜ୍ଞା ହଁ, ଏହି ଗୀତ ମାଧ୍ୟମରେ ଶାହାରୁଖ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ସୁନ୍ଦର ଗୀତଟି ନେଇ ଆସିଛନ୍ତି। ଏହି ଗୀତରେ ଖୁବ ଭଲ ହୋଇଥିବା ଦେଖିବାକୁ ମିଳିଛି।

ସାଉଥ ନିର୍ଦ୍ଦେଶକ ଅଟଲେଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଯବାନ’ରେ କିଙ୍ଗ ଖାନ ପୁରା ଆକ୍ସନ୍ ଅବତାରରେ ନଜର ଆସିଛନ୍ତି। ଶାହରୁଖ ଖାନଙ୍କ ବ୍ୟତୀତ ଟିମ୍ ଯବାନରେ ସାଉଥ ତାରକା ନୟନ୍ତରା, ବିଜୟ ସେଥୁପଥି, ସାନିଆ ମଲହୋତ୍ରା, ପ୍ରିୟମାନି, ଯୋଗୀ ବାବୁ ଅନ୍ତର୍ଭୁକ୍ତ। ମୋଟ ଉପରେ, ଏହି ଚଳଚ୍ଚିତ୍ରରେ ସାଉଥ ତାରକା ଏବଂ ହିନ୍ଦୀ ଚଳଚ୍ଚିତ୍ର ତାରକାମାନଙ୍କର ଏକ ଜବରଦସ୍ତ କମ୍ବୋ ଦେଖିବାକୁ ମିଳିବ ।

Leave A Reply

Your email address will not be published.