ଅମଲା ସଂଘର ସମୂହ ଛୁଟି ପ୍ରସଙ୍ଗ;’ଆନ୍ଦୋଳନରୁ ନ ଓହରିଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ’

ଭୁବନେଶ୍ବର: ଓଡ଼ିଶା ରାଜସ୍ବ ଅମଲା ସଂଘକୁ ଆନ୍ଦୋଳନରୁ ଓହରିବାକୁ ରାଜସ୍ବ ମନ୍ତ୍ରୀଙ୍କ ଅପିଲ୍‌ । ଆନ୍ଦୋଳନରୁ ନ ଓହରିଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ କହିଛନ୍ତି । ବିନା ସ୍ବୀକୃତିରେ ଛୁଟିରେ ରହିଲେ ଦରମା ବନ୍ଦ ହେବ ।

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,କ୍ୟାଡର ପୁନର୍ଗଠନ କଥା ରାଜସ୍ବ ବିଭଗ ପାଖକୁ ପଠାଯାଇଛି। ଅପେକ୍ଷା ନକରି ସମୂହ ଛୁଟି ଗ୍ରହଣୀୟ ନୁହେଁ। ଜିଲ୍ଲପାଳମାନଙ୍କୁ ନିର୍ଦେଶ ଦିଆଯାଇଛି ଛୁଟି ବାତିଲ ହେବ, ଛୁଟି ମଞ୍ଜୁର ହେବ ନାହିଁ।

ଆହୁରି ମଧ୍ୟ ସେ କହିଛନ୍ତି, ଆଲୋଚନା ମାଧ୍ୟମରେ ସମାଧାନ ସମ୍ଭବ। କ୍ୟାଡର ପୁନର୍ଗଠନ ଦାବି ଆମ ବିଭାଗର ନୁହେଁ। ତଥାପି ଆମେ ଆଲୋଚନା ପାଇଁ ପ୍ରସ୍ତୁତ। ତେଣୁ ସମୂହ ଛୁଟିରୁ ଓହରିବାକୁ ମୁଁ ନିବେଦନ କରୁଛି।

Leave A Reply

Your email address will not be published.