ଭୁବନେଶ୍ୱର: ଖୁବ୍ ଶୀଘ୍ର ବିଧାନସଭା ମୌସୁମୀ ଅଧିବେଶନ। ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ମୌସୁମୀ ଅଧିବେଶନ ନେଇ ସୂଚନା ମିଳିଛି। ମୌସୁମୀ ଅଧିବେଶନ ନେଇ ବାଚସ୍ପତିଙ୍କ ଅଫିସ୍ ପକ୍ଷରୁ ସୂଚନା ମିଳିଛି। ତେବେ ବିଧାନସଭାର ମୌସୁମୀ ଅଧିବେଶନ ନେଇ ବିଧିବଦ୍ଧ ବିଜ୍ଞପ୍ତିକୁ ଅପେକ୍ଷା କରାଯାଇଛି।
ଚଳିତ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଘେରିବେ ବିରୋଧୀ। ସରକାର ବି ବିରୋଧୀଙ୍କ ପ୍ରଶ୍ନ ଉତ୍ତର ଦେବାକୁ ପ୍ରସ୍ତୁତ ହୋଇପାରନ୍ତି। ଚଳିତବର୍ଷ ମୌସୁମୀ ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିବାର ସମ୍ଭାବନା ରହିଛି। ଯେଉଁଥିରେ ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିବାକୁ ଯୋଜନା କରାଇଥାଇ ପାରନ୍ତି। ହେଲେ ବିରୋଧୀ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ସରକାରଙ୍କୁ ଘେରିବାକୁ ଯୋଜନା କରୁଛନ୍ତି।
ଯେପରି କି, ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣା, ଗୋପାଳପୁର ଗଣଦୁଷ୍କର୍ମ ମାମଲା, ମହାନଦୀ ଜଳ ବିବାଦ ପ୍ରସଙ୍ଗ, ବନ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ରାଶି, ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗ, ପୋଲାଭରମ ଆଦି ଅନେକ ପ୍ରସଙ୍ଗ ରହିପାରେ । ଯାହାକୁ ନେଇ ଉଭୟ ଶାସକ ଓ ବିରୋଧୀ ଗୃହରେ ମୁହାଁମୁହିଁ ହୋଇପାରନ୍ତି ।