ରାଜ୍ୟରେ ନିର୍ମାଣ ହେବ ୮ ଶହ ବାତ୍ୟା ଆଶ୍ରୟସ୍ଥଳୀ

ଭୁବନେଶ୍ୱର: ରାଜ୍ୟରେ ନିର୍ମାଣ ହେବ ପ୍ରାୟ ୮ ଶହ ବାତ୍ୟା ଆଶ୍ରୟସ୍ଥଳୀ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି। ଦିଲ୍ଲୀ ଗସ୍ତ ବେଳେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛି ରାଜସ୍ବ ମନ୍ତ୍ରୀ।

ମନ୍ତ୍ରୀ କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ସ୍କୁଲଗୁଡ଼ିକ ନିକଟରେ ଏହି ଆଶ୍ରୟସ୍ଥଳୀଗୁଡ଼ିକ ନିର୍ମାଣ ହେବ। ଏଗୁଡ଼ିକ ବହୁମୁଖୀ ହେବ, ଯାହା ବିପର୍ଯ୍ୟୟ ସମୟରେ ଆଶ୍ରୟ ପ୍ରଦାନ କରିବ ଏବଂ ଅନ୍ୟ ସମୟରେ ସାମାଜିକ କାର୍ଯ୍ୟ ପାଇଁ ବ୍ୟବହୃତ ହେବ। ଏହାଦ୍ବାରା ଆଶ୍ରୟସ୍ଥଳୀଗୁଡ଼ିକ ଅବହେଳିତ ଅବସ୍ଥାରେ ରହିବ ନାହିଁ।

ଏହି ଯୋଜନା ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ।

Leave A Reply

Your email address will not be published.