ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ରିମାଣ୍ଡରେ ଆସିବେ ଦୁଇ ଅଭିଯୁକ୍ତ, ଜେରା କରିବ କ୍ରାଇମବ୍ରାଞ୍ଚ

କଟକ: ସ୍ଵତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ଆଉ ଦୁଇ ଅଭିଯୁକ୍ତ ରିମାଣ୍ଡକୁ ଯିବେ। ଅଭିଯୁକ୍ତ ରାମ୍‌ଜୀ ପ୍ରସାଦ ଗୁପ୍ତା ଏବଂ ସନାତନ ବିଶୋଇ ଆଜି ରିମାଣ୍ଡରେ ଆସିବେ। ଚୌଦ୍ଵାର ଜେଲ୍‌ରୁ ବଲ୍‌ରୁ କ୍ରାଇମ୍‌ବ୍ରାଞ୍ଚ ସେମାନଙ୍କୁ ମୁଖ୍ୟାଳୟକୁ ଆଣି ଜେରା କରିବ।

ଉଭୟ ପ୍ରଶ୍ନପତ୍ର ପ୍ରଘଟରେ କେଉଁ ଭୂମିକା ନିଭାଇ ଥିଲେ। କିଭଳି ଏହି କାରବାରରେ ସମ୍ପୃକ୍ତ ହେଲେ, ଏଥିପାଇଁ ତାଙ୍କୁ କେତେ ଟଙ୍କା ଟଙ୍କା ମିଳିଛି ଏବଂ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି, ସେଥିନେଇ ବିଭିନ୍ନ ପ୍ରଶ୍ନ ଉପରେ କ୍ରାଇମବ୍ରାଞ୍ଚ ଜେରା କରିବ।

ଏବେ ବି ଓଟିଇଟି ତଦନ୍ତ ପ୍ରକ୍ରିୟା ଜାରି ରହିଛି। କ୍ରାଇମବ୍ରାଞ୍ଚ ପ୍ରଥମ ପର୍ଯ୍ୟାୟରେ ସାଢେ ତିନି ଲକ୍ଷ ଟଙ୍କା କାରବାର ହୋଇଥିବା ଜାଣିବାକୁ ପାଇଥିଲା। ରାମ୍‌ଜୀ ଏବଂ ସନାତନଙ୍କୁ ରିମାଣ୍ଡରେ ଆଣିବାକୁ କଟକ ଜେଏମଏଫସି-୩ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି। ବାଦାମବାଡ଼ି ଅଞ୍ଚଳର ଜଣେ ବ୍ୟବସାୟ ହୋଇଥିବାବେଳେ ସନାତନ ହେଉଛନ୍ତି କୋରାପୁଟ ଏକ୍ସ- କ୍ୟାଡର ଶିକ୍ଷକ ସଂଘର ସଭାପତି।

Leave A Reply

Your email address will not be published.