ଡଙ୍ଗାର ଷ୍ଟୋରେଜ୍ ଚାମ୍ବରରେ ୨ ମତ୍ସ୍ୟଜୀବୀ ମୃତ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ଏକ ଡଙ୍ଗାର ଷ୍ଟୋରେଜ୍ ଚାମ୍ବରରେ ଶ୍ୱାସରୁଦ୍ଧ ହୋଇ ଦୁଇଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି।

ଶନିବାର ଦିନ ଚାନ୍ଦିପୁର ନିକଟସ୍ଥ ବଲରାମଗୁଡି ଘାଟରେ ଏହି ଘଟଣା ଘଟିଛି ବୋଲି ଜଣାପଡ଼ିଛି।

୩୦ ବର୍ଷ ବୟସର ଦୁଇ ମତ୍ସ୍ୟଜୀବୀ ମାଛ ସଂଗ୍ରହ କରିବା ପାଇଁ ଯାନ୍ତ୍ରିକ ଡଙ୍ଗାର ଷ୍ଟୋରେଜ୍ ଚାମ୍ବରରେ ପ୍ରବେଶ କରିବା ସମୟରେ ଚେତାଶୂନ୍ୟ ହୋଇଯାଇଥିଲେ। ଫର୍ମାଲିନ୍ ଯୋଗୁଁ ସେମାନେ ଅଚେତ ହୋଇଯାଇଥିବା ଆଶଙ୍କା କରାଯାଇଛି। ତେବେ ଏହି ଫର୍ମାଲିନ୍ ଗଚ୍ଛିତ ମାଛକୁ ଅଧିକ ସମୟ ତାଜା ରଖିବା ପାଇଁ ବ୍ୟବହୃତ ହୁଏ। ଅନ୍ୟ ମତ୍ସ୍ୟଜୀବୀମାନେ ସେମାନଙ୍କୁ ଉଦ୍ଧାର କରି ବାଲେଶ୍ବର ଜିଲ୍ଲା ହସ୍ପିଟାଲକୁ ନେଇଯାଇଥିଲେ। ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ବଲରାମଗୁଡି ସାମୁଦ୍ରିକ ଥାନା ଦାୟିତ୍ୱରେ ଥିବା ଇନ୍ସପେକ୍ଟର ନରେନ୍ଦ୍ର କୁମାର ପାଲ କହିଛନ୍ତି ଯେ ଏନେଇ ଏକ ମାମଲା ରୁଜୁ କରାଯାଇଛି ଏବଂ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ସେ କହିଛନ୍ତି

Leave A Reply

Your email address will not be published.