ନୂଆଦିଲ୍ଲୀ: ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଷଷ୍ଠ ପଦକ ହାସଲ ଲକ୍ଷ୍ୟରେ ଥିବା ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ ନିରାଶ ହୋଇଛନ୍ତି । ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ସିନ୍ଧୁ ଇଣ୍ଡୋନେସିଆର ପୂତ୍ରୀ କୁସୁମା ୱାର୍ଦ୍ଦାନୀଙ୍କ ନିକଟରୁ ୨୧-୧୪, ୧୩-୨୧ ଓ ୨୧-୧୬ରେ ହାରି ଯାଇଥିଲେ । ପ୍ରଥମ ଗେମ ହାରିବା ପରେ ସିନ୍ଧୁ ଦ୍ୱିତୀୟ ଗେମ ଜିତି ମ୍ୟାଚରେ ରୋମାଂଚ ଭରିଥିଲେ । ତେବେ ନିର୍ଣ୍ଣାୟକ ଗେମରେ ପୂତ୍ରୀ ବାଜି ମାରିଥିଲେ । ମିକ୍ସଡ ଡବଲ୍ସରେ ଭାରତୀୟ ଯୋଡି ଧ୍ରୁବ କପିଳ ଓ ଟାନୀଶ କ୍ରାଷ୍ଟୋ ଚୀନ ଯୋଡି ଚେନ ଟାଙ୍ଗ ଜିଏ ଓ ଟୋ ଇ ୱେଇଙ୍କ ନିକଟରୁ ୧୫-୨୧, ୧୩-୨୧ ଗେମ୍ସରେ ପରାଜିତ ହୋଇଥିଲେ ।