ମୁମ୍ବାଇ: ଅଭିନେତ୍ରୀ ଓ ବିଜେପି ନେତ୍ରୀ କଙ୍ଗନା ରାନାୱତ ବଲିଉଡର ଜଣେ ପ୍ରତିଷ୍ଠିତ କଳାକାର । ସେ ଜାତୀୟ ପୁରସ୍କାର ଜିତିବା ସହ ଅନେକ ହିଟ ଫିଲ୍ମ ଦେଇଛନ୍ତି । ତାଙ୍କର ବହୁଚର୍ଚ୍ଚିତ ଫିଲ୍ମ କୁଇନ ଓ ତନୁ ୱେଡସ ମନୁ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବା ସହ ଲୋକଙ୍କୁ ପସନ୍ଦ ଆସିଥିଲା । ଏବେ କୁଇନ ୨ ଓ ତନୁ ୱେଡସ ମନୁ ୩ର ଶୁଟିଂ ପାଇଁ କଙ୍ଗନା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନଭେମ୍ବର ୨୦୨୫ରେ କଙ୍ଗନା ପ୍ରଥମେ କୁଇନ ୨ ଶୁଟିଂରେ ଯୋଗଦେବେ ବୋଲି ଖବର ପ୍ରକାଶ ପାଇଛି । ଫିଲ୍ମର ପ୍ରଥମ ପାର୍ଟ ଭାରତରେ ଏବଂ ଦ୍ୱିତୀୟ ପାର୍ଟ ୟୁକେର ଶୁଟିଂ ହେବ ବୋଲି ସ୍ଥିର ହୋଇଛି । ମେକର୍ସ ବିକାଶ ବହଲ ଓ ତାଙ୍କ ଟିମ ଲୋକେଶନ ଖୋଜିବା ଆରମ୍ଭ କରି ଦେଇଛନ୍ତି ।