ଢିଲା ଶିଖର ଧୱନଙ୍କ ସମସ୍ୟା: ଏହି ମାମଲାରେ ପଚରାଉଚରା ପାଇଁ ସମନ କଲା ଇଡି

ନୂଆଦିଲ୍ଲୀ: ବଢିଲା ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ସମସ୍ୟା। ଦିଲ୍ଲୀ ଇଡି ଅଫିସ୍‌ରେ ପହଞ୍ଚିଲେ କ୍ରିକେଟର ଶିଖର ଧୱନ। ବେଆଇନ୍ ବେଟିଂ ଆପ୍ ମାମଲାରେ ଜେରା କରିବ ଇଡି। ପୂର୍ବରୁ ସୁରେଶ ରୈନାଙ୍କୁ ଜେରା କରିଥିଲା ଇଡି। ସୂଚନା ଅନୁଯାୟୀ, ଏଜେନ୍ସି ଅନଲାଇନ୍ ବେଟିଂ ଆପ୍ ସହ ଜଡିତ ଆର୍ଥିକ କାରବାର ଏବଂ ସମ୍ଭାବ୍ୟ ନିବେଶର ତଦନ୍ତ କରୁଛି। ଧୱନଙ୍କୁ ମଧ୍ୟ ଏନେଇ ଆଜି ପଚରାଉଚରା କରାଯିବ ବୋଲି ଜଣାଯାଇଛି।

ଅଧିକାରୀଙ୍କ ଅନୁଯାୟୀ, ତଦନ୍ତଟି 1xBet ସହିତ ଜଡିତ, ଯେଉଁ ଆପ୍‌ର ପ୍ରଚାର ଧୱନ ସୋସିଆଲ ମିଡିଆରେ କରିଥିଲେ। ଇଡି ଏବେ କ୍ରିକେଟରଙ୍କୁ ପ୍ରଚାରମୂଳକ କାର୍ଯ୍ୟକଳାପରେ ତାଙ୍କର ଭୂମିକା ସ୍ପଷ୍ଟ କରିବା ପାଇଁ ତଦନ୍ତରେ ଯୋଗଦେବାକୁ କହିଛି। ଗତ ବର୍ଷ ଠାରୁ, ଅନେକ ବଲିଉଡ୍ ଏବଂ ଦକ୍ଷିଣ ଭାରତୀୟ ଫିଲ୍ମ ତାରକା ଏବଂ କ୍ରିକେଟରଙ୍କୁ ବେଆଇନ ବେଟିଂ ଆପ୍ସର ପ୍ରଚାର କରିବା ନେଇ ଇଡି ସମନ ଜାରି କରିସାରିଛି। ଏହି ତାଲିକାରେ ଅଭିନେତ‌ା ବିଜୟ ଦେବରାକୋଣ୍ଡା, ରାଣା ଦାଗଗୁବତୀ, ପ୍ରକାଶ ରାଜ, କ୍ରିକେଟର ହରଭଜନ ସିଂ, ଅଭିନେତ୍ରୀ ଉର୍ବଶୀ ରାଉତେଲା ଏବଂ କ୍ରିକେଟର ସୁରେଶ ରାଇନା ସାମିଲ ଅଛନ୍ତି। ଗତମାସରେ ସୁରେଶ ରାଇନାଙ୍କୁ ପଚରାଉଚରା କରିଥିଲା ଇଡି।

ବୁଧବାର ରାତିରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ କରିଛି ଯେ, ଗିରଫ କର୍ଣ୍ଣାଟକ କଂଗ୍ରେସ ବିଧାୟକ କେସି ବୀରେନ୍ଦ୍ରଙ୍କ ଦ୍ୱାରା ପରିଚାଳିତ ଅନଲାଇନ୍ ବେଟିଂ ସାଇଟଗୁଡ଼ିକ ଅଳ୍ପ ସମୟ ମଧ୍ୟରେ ୨ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପାଣ୍ଠି ସଂଗ୍ରହ କରିଥିଲା। ଅବୈଧ ଅନଲାଇନ୍ ବାଜି ମାଧ୍ୟମରେ ଜନସାଧାରଣଙ୍କୁ ଠକିବାର କାମ କରୁଥିଲେ ବୀରେନ୍ଦ୍ର।

Leave A Reply

Your email address will not be published.