ସାର କଳାବଜାରୀ ହେଉଛି, ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ: ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଭୁବନେଶ୍ୱର: ରାଜ୍ୟରେ ସାର କଳାବଜାରୀ ହେଉଥିବା ମାନିଲେ ବିଭାଗୀୟ ମନ୍ତ୍ରୀ। ଜାଣିଶୁଣି କିଛି ଲୋକ କଳାବଜାରୀ କରୁଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ଅଛି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ। ସରକାର ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଛନ୍ତି, ପର୍ଯ୍ୟାପ୍ତ ସାର ଅଛି। ଏହା ଉପରେ ସରକାର ନଜର ରଖିଛନ୍ତି ।

ମନ୍ତ୍ରୀ କହିଛନ୍ତି, କଳାବଜାରୀ କାରଣରୁ ରାଜ୍ୟରେ ଅନେକ ସମସ୍ୟା ଉପୁଜିଛି। ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଅନେକ ଡିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଆବଶ୍ୟକ ସାର ମହଜୁଦ ଅଛି। ଆବଶ୍ୟକ ସାରର ସୁବଣ୍ଟନ ପାଇଁ ବ୍ୟବସ୍ଥା କରାଯାଉଛି ।

ସମସ୍ତ ଚାଷୀ ଯେପରି ସାର ପାଇବେ ସେଥିଲାଗି ବ୍ୟବସ୍ଥା କରାଯାଉଛି। ଏହାକୁ ନେଇ ଚାଷୀ ବ୍ୟତିବ୍ୟସ୍ତ ନହେବାକୁ କହିଛନ୍ତି ଚାଷୀ। ସାର କଳାବାଜାରୀ ରୋକିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି। ଯେଉଁଠାରେ କଳାବଜାରୀ ହେଉଛି ଏହାକୁ ରୋକିବାକୁ ରେଡ୍ ମଧ୍ୟ କରାଯାଉଛି। କଳାବଜାରୀ ସାର ଗୁଡିକୁ ଜବତ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ।

 

Leave A Reply

Your email address will not be published.